ସୁକନ୍ୟା ସମୃଦ୍ଧି ଯୋଜନା ବୈଠକ

 ଭଦ୍ରକ : ଜିଲ୍ଲା ସଦଭାବନା ସଭା ଗୃହଠାରେ ଜିଲ୍ଲାସ୍ତରୀୟ ସୁକନ୍ୟା ସମୃଦ୍ଧି ଯୋଜନା ବୈଠକ ଜିଲ୍ଲାପାଳ ଦୀଲିପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରମୁଖ ବ୍ୟାଙ୍କ କର୍ମଚାରୀ, ବ୍ୟାଙ୍କ ମିତ୍ର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧକାରୀ ଉପସ୍ଥିତ ଥିଲେ । ସୁକନ୍ୟା ସମୃଦ୍ଧି ଯୋଜନା ୧୦ ବର୍ଷରୁ କମ ବୟସର ଝିଅ ପିଲାଙ୍କ ପାଇଁ ଉଜ୍ଜଳ ଭବିଷ୍ୟତ ଯୋଜନା  । ଏଥିରେ ବାର୍ଷିକ ୨୫୦ ଟଙ୍କାରୁ  ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସେହି ଝିଅ ପାଇଁ ରଖା ଯାଇପାଇବ । ୨୧ ବର୍ଷ ପରେ ଏହି ଟଙ୍କାକୁ ଝିଅର ବିଭାଘରରେ ବା ସେ ସ୍ୱ ଇଚ୍ଛାରେ ଯେଉଁ କାର୍ଯ୍ୟରେ ଲଗାଇ ପାରିବ । ସଞ୍ଚୟ ଅଧିକାରିଣୀ ମୋନାଲିସା ପଣ୍ଡା ସଭା ସଞ୍ଚାଳନ କରିଥିଲେ ।