ସକାଳୁ ଚାଲିବାର ଫାଇଦା

ସକାଳୁ ଚାଲିବାର ଫାଇଦା

ଆଜିର ଜୀବନଶୈଳୀରେ ହୃଦୟ ସମ୍ବନ୍ଧୀୟ ରୋଗ ଏକ ବଡ଼ ଚିନ୍ତାର ବିଷୟ ହୋଇଛି। କିନ୍ତୁ ସୁସ୍ଥ ହୃଦୟ ଓ ମୋଟାପଣ ନିୟନ୍ତ୍ରଣ ପାଇଁ ଏକ ସରଳ ଉପାୟ ହେଉଛି ନିୟମିତ ଚାଲିବା। ବିଶେଷଜ୍ଞମାନଙ୍କ ମତରେ, ସକାଳୁ ୧୦,୦୦୦ ପାଦ ଚାଲିଲେ ହୃଦୟ ସୁସ୍ଥ ରହିବା ସହ ହୃଦ୍‌ରୋଗର ଆଶଙ୍କା କମିବ ଏବଂ ମୋଟାପଣ ମଧ୍ୟ ନିୟନ୍ତ୍ରଣରେ ରହିବ।

ଚାଲିବାର ଫାଇଦା:   ନିୟମିତ ଚାଲିବା ହୃଦୟର ମାଂସପେଶୀକୁ ମଜବୁତ କରେ ଓ ରକ୍ତନଳୀକୁ ସ୍ୱଚ୍ଛ ରଖେ। ହୃଦ୍‌ରୋଗ ଓ ଷ୍ଟ୍ରୋକର ଆଶଙ୍କା ୩୦% ପର୍ଯ୍ୟନ୍ତ କମେ। ୧୦,୦୦୦ ପାଦ ଚାଲିଲେ ଦିନକୁ ୩୦୦-୪୦୦ କ୍ୟାଲୋରୀ ଜଳେ, ଯାହା ଓଜନ କମାଇବାରେ ସାହାଯ୍ୟ କରେ। ମେଟାବୋଲିଜମ ବଢ଼େ, ଯାହା ଚର୍ବି ଜମା ହେବାକୁ ରୋକେ। ସକାଳୁ ଚାଲିବା ଷ୍ଟ୍ରେସ ଓ ଚିନ୍ତା କମାଇ ମନକୁ ଶାନ୍ତ ରଖେ। ଏଣ୍ଡୋର୍ଫିନ ହରମୋନ ନିର୍ଗତ ହୁଏ, ଯାହା ମୁଡକୁ ଉନ୍ନତ କରେ। ଚାଲିବା ରକ୍ତରେ ସୁଗାର ଲେଭେଲ ନିୟନ୍ତ୍ରଣ କରେ ଓ ହାଇ ବ୍ଲଡ ପ୍ରେସରକୁ କମାଇବାରେ ସାହାଯ୍ୟ କରେ।


ଯଦି ଆପଣ ନୂଆ ତେବେ ଦିନକୁ ୩,୦୦୦-୫,୦୦୦ ପାଦରୁ ଆରମ୍ଭ କରନ୍ତୁ ଓ ଧୀରେ ଧୀରେ ୧୦,୦୦୦ ପାଦକୁ ବଢ଼ାନ୍ତୁ।  ସକାଳୁ ୩୦ ମିନିଟ ଓ ସନ୍ଧ୍ୟାରେ ୩୦ ମିନିଟ ଚାଲନ୍ତୁ। ଆରାମଦାୟକ ଜୋତା ଓ ପେଡୋମିଟର/ଫିଟନେସ ଟ୍ରାକର ବ୍ୟବହାର କରନ୍ତୁ। ସକାଳର ତାଜା ହାଓ୍ୱା ଓ ଶାନ୍ତ ପରିବେଶ ହୃଦୟ ଓ ମନ ପାଇଁ ଉପକାରୀ।

ବିଶେଷଜ୍ଞଙ୍କ ମତରେ, ୧୦,୦୦୦ ପାଦ ଚାଲିବା ହୃଦୟରେ ଅନ୍ୟୁନ୍ୟ ୫୦% ରକ୍ତ ସଞ୍ଚାଳନ ବଢ଼ାଇଥାଏ। ଏହା ମଧୁମେହ, ମୋଟାପଣ ଓ ହୃଦ୍‌ରୋଗର ମୁଖ୍ୟ କାରଣ ଅସୁସ୍ଥ ଜୀବନଶୈଳୀକୁ ବଦଳାଇଥାଏ। ତେବେ ଯଦି ଆପଣଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ଅଛି, ତେବେ ଚାଲିବା ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।