ଜମି ଦେବାକୁ କହି ୧୨ ଲକ୍ଷ ଠକେଇ; ବିଲଡ଼ର ଗିରଫ
ଭୁବନେଶ୍ୱର, ୨୮ା୧୦ : ୨୦୧୭ ମସିହାରେ ଜଣେ ଗ୍ରାହକଙ୍କୁ ରାଜଧାନୀରେ ଏକ ସ୍ୱୋଚ୍ଛ ଜମି ଦେବାକୁ କହି ୧୧ ଲକ୍ଷ ୭୦ ହଜାର ଟଙ୍କା ଆଡଭାନ୍ସ ଆକାରରେ ବିଭିନ୍ନ ସମୟରେ ନେବା ସହିତ ତା ବଦଳରେ ବିଭିନ୍ନ ତାରିଖର ମନି ରସିଦ ଦେଇ ଠକେଇ । ଏନେଇ ୨୦୨୧ ମସିହାରେ ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲିଙ୍ଗରାଜ ଅଞ୍ଚଳରେ ଏକ ଶିବସକ୍ତି ପ୍ରାଇଭେଟ୍ ଲିମିଟେଡ୍ ନାମକ ବିଲଡର ସଂସ୍ଥା କରିଥିବା ବିଲଡରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ମହତାବ ରୋଡ ଲିଙ୍ଗରାଜ ନଗରର ପ୍ରଭାତ ରଞ୍ଜନ ବେଉରା ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ନଗେଶ କୁମାର ସାହୁ ଏୟାରପୋର୍ଟ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ବେଳେ, ସେ ରାଜଧାନୀରେ ଏକ ଜମି କିଣିବାକୁ ୨୦୧୭ ମସିହାରେ ଶିବସକ୍ତି ବିଲଡର ମାଲିକ ପ୍ରଭାତ ରଞ୍ଜନ ବେଉରାଙ୍କ ସହ ଦେଖାହୋଇଥିଲେ । ପରେ ଅଭିଯୁକ୍ତ ବିଲଡର ପ୍ରଭାତ ରାଜଧାନୀରେ ସ୍ୱୋଚ୍ଛ ଜମି ଥିବା କହି ଅଭିଯୋଗକାରୀଙ୍କ ଠାରୁ ବିଭିନ୍ନ ସମୟରେ ଆଡଭାନ୍ସ ଆକାରରେ ୧୧ ଲକ୍ଷ ୭୦ ହଜାର ଟଙ୍କା ନେଇଥିଲେ । ତା ବଦଳରେ ସେ କମ୍ପାନୀର ମନି ରସିଦ ଓ ନିଜ ହିସାବରେ ତିଆରି ହୋଇଥିବା ଫେକ୍ ଡକୁ୍ୟମେଣ୍ଟ ମଧ୍ୟ ଦେଇଥିଲେ । ହେଲେ ୨୦୨୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରତିଶୃତି ଅନୁଯାଇ ଅଭିଯୋଗକାରୀଙ୍କୁ ଜମି ଯୋଗାଇ ପାରିନଥିଲେ ଓ ଅଭିଯୋଗକାରୀଙ୍କୁ ଦେଇଥିବା କାଗଜପତ୍ର ସବୁ ଫେକ୍ ଫଳରେ ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ଦେଇଥିବା ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଟଙ୍କା କିମ୍ବା ଜମି ଦେବା ବଦଳରେ ଓଲୋଟି ଧମକଚମକ ଦେବା ଆରମ୍ଭ କରିଥିଲେ । ଯାହାକୁ ନେଇ ୨୦୨୧ ମସିହାରେ ଅଭିଯୋଗକାରୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ବିଲଡରଙ୍କୁ ଗିରଫ କରାଯାଇଛି ।