ପଞ୍ଚାୟତ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସରପଞ୍ଚଙ୍କ ଦାବିପତ୍ର
ଭଣ୍ଡାରିପୋଖରୀ: ଏହି ବ୍ଲକର ଷୋଳମପୁର ପଞ୍ଚାୟତର ଉକôଟ ସମସ୍ୟା ଦୂରିକରଣ ପାଇଁ ସରପଞ୍ଚ ପରମାନନ୍ଦ ନାୟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପଞ୍ଚାୟତ ଅଧିବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଥିବା ବୈତରଣୀ ନଦୀର କଣ୍ଟିଘାଇ ସମସ୍ୟାର ପ୍ରତିକାର ଦାବି କରିଛନ୍ତି ସରପଞ୍ଚ ଶ୍ରୀ ନାୟକ । କଣ୍ଟିଘାଇର ପ୍ରସ୍ଥ ୨୭୦ ମିଟର ଉପରେ ନିର୍ମିତ ପାଦଚଲା ରାସ୍ତାକୁ ବନ୍ୟାଜଳ ପ୍ରତିରୋଧକାରୀ ବନ୍ଧ ଭାବେ ନିର୍ମାଣ କରାଯିବା ଓ ଏଥିପାଇଁ ଏହି ରାସ୍ତାର ଉଚ୍ଚତା ଅନୁ୍ୟନ୍ୟ ୫ଫୁଟ ବୃଦ୍ଧି କରାଯିବାକୁ ଦାବି କରିଛନ୍ତି ।
ଏଥିସହ୨୭୦ ମିଟର ପ୍ରସ୍ଥ କଣ୍ଟିଘାଇର ବାମପଶ୍ୱର୍ର୍ରେ ଖୋଲା ଥିବା ୧୦୦ମିଟର ଓ ଡାହାଣ ପାଶ୍ୱର୍ରେ ଖୋଲାଥିବା ୨୫୦ ମିଟର ଉପରେ ବନ୍ୟାଜଳ ପ୍ରତିରୋଧକାରୀ ବନ୍ଧ ନିର୍ମାଣ କରାଯାଇ ପଞ୍ଚାୟତବାସୀଙ୍କ ବନ୍ୟା ସୁରକ୍ଷା ପାଇଁ ଦାବି କରିଛନ୍ତି । ଏହି ଘାଇ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ଥିବା ନଦୀବନ୍ଧକୁ କ୍ୟାପିଟାଲ ବନ୍ଧରେ ପରିଣତ କରାଯାଇ ପଥର ପ୍ୟାଚିଂ କରି ସୁରକ୍ଷା ଦେବା, ମଣିନାଥପୁର ଠାରୁ ନଦୀବନ୍ଧ ନଥିବା ନଦୀକୂଳରେ ନଦୀବନ୍ଧ ନିର୍ମାଣ କରାଯିବାକୁ ସେ ଦାବି କରିଛନ୍ତି । କଣ୍ଟିଘାଇ ଦ୍ୱାରା ବିଲୁପ୍ତ ହୋଇଯାଇଥିବା ମଣିନାଥପୁର ଓ ଷୋଳମପୁର ମାଇନର କେନାଲ ପୁନଃରୁଦ୍ଧାର କରାଯିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଷୋଳମପୁର ବୌଦ୍ଧବିହାରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯିବା, ଏହାର ପୁନଃରୁଦ୍ଧାର ସହ ମୂର୍ତ୍ତି ସଂରକ୍ଷଣ କରାଯିବା, ଏହି ବିହାରକୁ ଉପଯୁକ୍ତ ସଡକପଥ ସହ ସଂଯୁକ୍ତ କରି ସୂଚନା ଫଳକ ସ୍ଥାପନ କରାଯିବା, ଅତିଥି ଭବନ ନିର୍ମାଣ କରାଯିବା, ରାତ୍ର ଜଗୁଆଳି ନିଯୁକ୍ତି କରାଯିବାକୁ ସେ ଦାବି କରିଛନ୍ତି । ଷୋଳମପୁର ପଞ୍ଚାୟତରେ ପ୍ରାଣୀଧନ କେନ୍ଦ୍ର ନିର୍ମାଣ କରାଯିବା, ମଣିନାଥପୁରରେ ଫାଣ୍ଡି ପ୍ରତିଷ୍ଠା ପାଇଁ ପୂର୍ବ ଘୋଷଣା କାର୍ଯ୍ୟକାରୀ କରାଯିବାକୁ ସେ ଦାବି କରିଛନ୍ତି । ମଣିନାଥପୁର-ମୁଢାପଦା ସଂଯୋଗ ସ୍ଥଳୀରେ ବୈତରଣୀ ଶାଖାନଦୀ ଗେଙ୍ଗୁଟି ନଦୀର ଉତ୍ତରବାହିନୀ ଉତ୍ପôତି ସ୍ଥଳ ମୁଗ୍ରେଶ୍ୱର ମୁହଁ ଅସ୍ଥି କ୍ଷେପଣସ୍ଥଳୀକୁ ପୁନଃରୁଦ୍ଧାର କରାଯିବାକୁ ସେ ଅନୁରୋଧ କରିଛନ୍ତି । ବୈତରଣୀ ଓ ଗେଙ୍ଗୁଟି ନଦୀ ଶଯ୍ୟାରୁ ବ୍ୟାପକ ବାଲି ଚୋରା ଉତ୍ତୋଳନ ଓ ପରିବହନକୁ ରୋକାଯିବା ଆଦି ୧୭ ଦଫା ଦାବି କରିଛନ୍ତି ।