ଓଡ଼ିଶା ଶିକ୍ଷା ଅମଲା ସଂଘର ଦାବିପତ୍ର 

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : ଓଡ଼ିଶା ଶିକ୍ଷା ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୧୧ ଦଫା ଦାବିପତ୍ର ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦେ୍ଦଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅବିନାଶ ତ୍ରିପାଠୀଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର, ସଂପାଦକ ପ୍ରଭାତ ମଲ୍ଲିକ, କୋଷାଧ୍ୟକ୍ଷ ଉପସ୍ଥିତ ରହି ଦୀର୍ଘ ବର୍ଷ ହେଲା ଶିକ୍ଷା ଅମଲା ମାନେ ଆର୍ଥିକ କ୍ଷତି ସହିବା ସହ ଅବହେଳିତ ଅବସ୍ଥାରେ ଥିବାରୁ ଅସନ୍ତୋଷ ପ୍ରକାଶ କରି ନ୍ୟାର୍ଯ୍ୟ ଦାବିକୁ ପୂରଣ ପାଇଁ ରାଜ୍ୟ ସରକାରକୁ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ୪୨୦୦ ଗ୍ରେଡ୍-ପେ ପ୍ରଦାନ କରିବା ସହିତ କ୍ୟାଡରର ପୁନଃ ସଂରଚନା (ରିଷ୍ଟ୍ରକ୍ଚର) ଲାଗୁ କରିବା, ପଦୋନ୍ନତି, ସ୍ୱାସ୍ଥ୍ୟ ବୀମା, ନୂତନ ପଦବୀ ସୃଷ୍ଟି କରିବା, ଅଣଶିକ୍ଷା କାର୍ଯ୍ୟରେ ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ ବାତିଲ କରିବା ଆଦି ଦାବି ପୂରଣ କରିବା ପାଇଁ ବିଭାଗ ସଚିବଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।  ଦାବିପତ୍ର ପ୍ରଦାନ ସମୟରେ କିଶୋର ବଲ୍ଲଭ ସାମଲ, ପ୍ରଦିପ ଜେନା, ବିଭୂତି ଭୂଷଣ ରାଉତ, ଶିଶିର ତରାଇ, ବିଭୂତି ପ୍ରସାଦ ବାରିକ, ଅବିନାଶ ମହାପାତ୍ର, ଅଲିଭା ଦାସ, ସୋହେଲ ଅଜିଜ, ଖଗେଶ୍ୱର ସେଠୀ, ଗିରିଶ ଚନ୍ଦ୍ର ଜେନା, ଆଶୁତୋଷ ବେହେରା, ଅଧିର ସାହୁ, ରୁଦ୍ର  ପ୍ରସାଦ ସାହୁ, ବିଶ୍ୱନାଥ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।