ବିଶ୍ୱ ହୋମିଓପ୍ୟାଥିକ ଦିବସ ପାଳିତ


 ବରୀ: ବରୀ ଅରଙ୍ଗାବାଦ୍ (ଚତର) ଠାରେ ବରୀ ଅଞ୍ଚଳର ଅଗ୍ରଣି ହୋମିଓ ପ୍ରତିଷ୍ଠାନ କମଳା ହୋମିଓ ସେବା ସଦନ ଏବଂ ଯୁଧିଷ୍ଠିର ତ୍ରିପାଠୀ ମେମୋରିଆଲ୍ ·ରିଟେବୁଲ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଟ୍ରଷ୍ଟର ସଭାଗୃହରେ ହୋମିଓପ୍ୟାଥିକ ଚିକିତ୍ସା ବିଜ୍ଞାନର ଜନକ ଡ଼ଃ ସି ଫ୍ରେଡ୍ରିକ୍ ସାମୁଏଲ୍ ହ୍ୟାନିମାନ୍ଙ୍କ ୨୭୦ତମ ଜୟନ୍ତୀ ଏବଂ ବିଶ୍ୱ ହୋମିଓପ୍ୟାଥିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସମାଜସେବୀ ମଦନମୋହନ ପତି ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ବିଶ୍ୱ ହୋମିଓପ୍ୟାଥିକ ଦିବସ ଅବସରରେ ପ୍ରାକୃତିକ ବିପର୍ଯ୍ୟୟ, ଅନିୟମିତତା ଦିନଚର୍ଯ୍ୟା ଏବଂ ବ୍ୟତିକ୍ରମ ଖାଦ୍ୟପେୟ କେଉଁ ଭଳି ଭାବରେ କର୍କଟ ଏବଂ ହୃଦଘାତ ଭଳି ବିପଦପୂର୍ଣ୍ଣ ରୋଗ ସୃଷ୍ଟି କରୁଛି ସେ ବିଷୟରେ ଏକ ଆଲୋଚନାଚକ୍ର ଶିକ୍ଷାବିତ କୁଞ୍ଜବିହାରୀ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିବିରର ଆବାହକ ଯୁବ ସମାଜସେବୀ ଡ଼ଃ ବିଶ୍ୱନାଥ ତ୍ରିପାଠୀ  ଅତିଥି ପରିଚୟ, ସ୍ୱାଗତ ଭାଷଣ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ହ୍ୟାନିମାନ୍ଙ୍କର ବିଶ୍ୱ ସମୁଦାୟ ପାଇଁ ଅତୁଳନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସ୍ୱ୍ୱୟଂ ସମ୍ପୂର୍ଣ୍ଣା ତ୍ରିପାଠୀ ହ୍ୟାନିମାନ୍ଙ୍କ ଜୀବନୀ ପାଠ କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥିଭାବେ ସ୍ତମ୍ଭକାର ଅମୁଲ୍ୟ କୁମାର ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ପଙ୍କଜିନୀ ଉପାଧ୍ୟାୟ, ଇଂ ସୁନୀଲ କୁମାର ବେହେରା, ଟ୍ରଷ୍ଟର ଅଧ୍ୟକ୍ଷା ଚଞ୍ଚଳା ତ୍ରିପାଠୀ, ସାମ୍ବାଦିକ ଚୈତନ୍ୟ ଚରଣ ଜେନା, ପ୍ରଦୀପ ମହାରଣା, ଚିତ୍ତରଞ୍ଜନ ପାଢ଼ୀ, ଜୟପ୍ରସାଦ ନାଥ, ପ୍ରତିଭା ତ୍ରିପାଠୀ, ମହେଶ୍ୱର ଦ୍ୱିବେଦୀ, ଲଷ୍ମୀପ୍ରିୟା ଦ୍ୱିବେଦୀ, ହୋମିଓ ଭେଷଜ ସହାୟକ କାହ୍ନୁଚରଣ ନାୟକ, ହରପ୍ରସାଦ ପଣ୍ଡା, ଅଜୟ କୁମାର ସାହୁ, କୈଳାସ ସେଠି, ଶ୍ରେଆନ୍ସ ପ୍ରମୁଖ ଯୋଗ ଦେଇଥିଲେ । କାହ୍ନୁଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।