ସୁରେଶ ଚନ୍ଦ୍ର ମହାନ୍ତିଙ୍କ ‘ସାରଳା ପ୍ରତିଭା’ ଲୋକାର୍ପିତ 

 ତିର୍ତ୍ତୋଲ: ଆଦିକବି ସାରଳାଦାସଙ୍କ ସାହିତ୍ୟ କୃତି ଓ ଜୀବନୀ ଉପରେ ପର୍ଯ୍ୟବେସିତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସାରଳା ପ୍ରତିଭା’ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ତେନ୍ତୁଳିପଦାସ୍ଥିତ ପ୍ରାଚୀନ ବିଲ ସାରଳା ପୀଠରେ ପୂଜାର୍ଚ୍ଚନା କରାଯାଇ ପୁସ୍ତକର ଲୋକାର୍ପଣ କରାଯାଇଥିଲା । ସାରଳା ସାହିତ୍ୟର ଗବେଷକ ଚୌଧୁରୀ ରାଧାମୋହନ ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥି ସମାଜସେବୀ ସୁବ୍ରତ ଦାଶ, ସାରଲାଦାସ ପ୍ରତିମୂର୍ତ୍ତି ନିର୍ମାଣ କମିଟିର ଆବାହକ ଅକ୍ଷୟ ମହାନ୍ତି, ସୁଶାନ୍ତ ପରିଜା, ସୁରେନ୍ଦ୍ର ସାହୁ, ଦେବବ୍ରତ ବାରିକ, ନୃସିଂହ ମହାପାତ୍ର, ଓ ଶାନ୍ତନୁ ବାରିକ ପ୍ରମୁଖ ଯୋଗଦେଇ ସାରଳା ସାହିତ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିବା ସହ ଏହି ପୁସ୍ତକଟି ସାରଳାଦାସଙ୍କ ବିଷୟରେ ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।