ନୂତନ ଏସ୍ପି ହେଲେ ଯଶପ୍ରତାପ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଗୁରବାର ନୂତନ ଏସପି ଯଶପ୍ରତାପ ଶ୍ରୀମଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏସପି ଭିନିତ ଅଗ୍ରୱାଲଙ୍କ ପୁରୀ ବଦଳି ପରେ ଆଜି ତାଙ୍କ ଠାରୁ ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି । ୨୦୨୦ ବ୍ୟାଚର ଆଇପିଏସ ଅଫିସର ଶ୍ରୀମଲ ମୁଖ୍ୟାଳୟରେ ପହଞ୍ଚିବା ପରେ ସମସ୍ତ ଅଧିକାରୀ, ଜିଲାର ସମସ୍ତ ଥାନାଧିକାରୀ ଓ ହାବିଲଦାର କନେଷ୍ଟବଳ ସଂଘର କର୍ମକର୍ତା ତାଙ୍କୁ ସ୍ୱାଗତ କରିଥିଲେ । ଜିଲାରେ ଆଇନ ଶୃଙ୍ଖଳା ରକ୍ଷା, ନାରୀ ଓ ଶିଶୁ ନିର୍ଯ୍ୟାତନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସହ ଅପରାଧ ନିୟନ୍ତ୍ରଣ ପାଇଁ ବିଶେଷ ପଦକ୍ଷେପ ନିଆଯିବା ସହିତ ଆଇନ ଶୃଂଖଳାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀମଲ ସୂଚନା ଦେଇଛନ୍ତି ।