ପୁଲିସ ୟୁନିଫର୍ମ ପିନ୍ଧି ଲୁଟୁଥିଲେ, ଗିରଫ କଲା ପୁଲିସ

ଅସଲି ପୁଲିସ ହାତରେ ଧରା ପଡ଼ିଲେ ନକଲି ପୁଲିସ। ପୁଲିସ ୟୁନିଫର୍ମ ପିନ୍ଧି ନକଲି ପରିଚୟପତ୍ର ଦେଖାଇ ଗ୍ରାମବାସୀଙ୍କ ଠାରୁ ଆଦାୟ କରୁଥିଲେ ଟଙ୍କା। ହେଲେ ସନ୍ଦେହ କରି ଜଣକୁ କାବୁ କଲେ ଗ୍ରାମବାସୀ। ୪ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳେ ଗ୍ରାମବାସୀ କାବୁ କରିଥିବା ଲୁଟେରା ଜଣକୁ ବୌଦ୍ଧ ପୁଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଚଣ୍ଡିପୁର ଗ୍ରାମରେ ପୁଲିସ ୟୁନିଫର୍ମ ପିନ୍ଧି କିଛି ଯୁବକ ଟଙ୍କା ଆଦାୟ କରୁଥିଲେ। ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହେବାରୁ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ। ଏହି ସମୟରେ ୪ ଜଣ ଫେରାର ହୋଇଥିଲେ ମଧ୍ୟ ତାଙ୍କ ମଧ୍ୟରୁ ଜଣେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।