ସାମ୍ବାଦିକ ଜଣାଇଲେ ଶ୍ରଦ୍ଧାଞ୍ଜଳି
ବ୍ୟାସନଗର : କାଶ୍ମୀରର ମିନି ସୁଇଜରଲ୍ୟାଣ୍ଡ ଭାବେ ପରିଚିତ ପେହେଲଗାଁରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ନିର୍ମମ ହତ୍ୟାକାଣ୍ଡ ପ୍ରତିବାଦରେ ବ୍ୟାସ ପ୍ରି ମିଡିଆ ଆସୋସିଏସନ୍ ପକ୍ଷରୁ ମହମବତି ଜଳାଇ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ସଂଗଠନର ସଭାପତି ଶରତ ପଥାଳ, ସମ୍ପାଦକ ଚିନ୍ତାମଣି ପାଢ଼ୀ, ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ଉପସଭାପତି ଯଜ୍ଞଦତ ତ୍ରିପାଠୀ, ବିଜୟ କୁମାର ସାହୁ, ଦେବେନ୍ଦ୍ର ନାୟକ, ଜ୍ଞାନରଞ୍ଜନ ରାଉତ, କୈଳାସ ରାଉତ, ଭରତ ରାଉତ, ଦେବେନ୍ଦ୍ର ନାୟକଙ୍କ ସମେତ ସାମ୍ବାଦିକ ରଙ୍ଗବଲ୍ଲଭ ସାହୁ, ପ୍ରକାଶ ରାଉତ, ଜନ୍ମେଜୟ ଦାଶ, ପ୍ରିୟରଞ୍ଜନ କର,ଜ୍ଞାନରଞ୍ଜନ ଓଝା, କଳ୍ପତରୁ ଧିର ପ୍ରମୁଖ ଉପସ୍ଥିତ ରହି ଏପରି ଅମାନବୀୟ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ ।
ଆନନ୍ଦପୁର: ସେହିପରି ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରୀ ଦଧିବାମନ ଜୀୟୁଙ୍କ ମନ୍ଦିର ସମ୍ମୁଖରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ସଭାପତି ନିରାକାର ଦଳେଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ଇଂ କିରନ ପାଢ଼ୀ ଆନନ୍ଦପୁର ପୌରପରିଷଦ ପ୍ରାକ୍ତନ ଉପାଧକ୍ଷ୍ୟ ସୁଶୀଲ କୁମାର ହୋତା, ବିଶିଷ୍ଟ ସମାଜସେବୀ ପ୍ରଶନ୍ନ କୁମାର ମିଶ୍ର, ବ୍ରହ୍ମାନନ୍ଦ ସାହୁ, ରୁଦ୍ରନାରାୟଣ ରାଜ, ପ୍ରଦୀପ ବାରିକ, ଅଖିଳ ପଟ୍ଟନାୟକ, ମହେଶ୍ୱର ସାହୁ, ଶ୍ରୀଧର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ପରିଷଦ ସମ୍ପାଦକ ହରେକୃଷ୍ଣ ପାତ୍ର, ସତ୍ୟରଞ୍ଜନ ଦାସ, ଗଣେଶ୍ୱର ମହାନ୍ତି, ମମତାରାଣୀ ଯେନା, ସୋମନାଥ ମିଶ୍ର, ରଞ୍ଜିତ ରଣା, ସୁଦାମ ଚରଣ ମଙ୍ଗଳ, ପଦ୍ମନାଭ ପାତ୍ର ପ୍ରମୁଖ ଶୋକସଭାରେ ସାମିଲ ହୋଇ ସହିଦ ପର୍ଯ୍ୟଟକଙ୍କ ଉଦେଶ୍ୟରେ ସାମୂହିକ ଦୀପ ଦାନ କରିଏଭଳି ଅମାନବୀୟ କାଣ୍ଡ ପାଇଁ ଦୃଢ ନିନ୍ଦା କରାଯାଇଥିଲା ।