ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ
ତିହିଡ଼ି : ତିହିଡ଼ି ବ୍ଲକରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତିହିଡ଼ି ବିଡିଓ ନିରଞ୍ଜନ ବାରିକଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିତ ଏହି ବୈଠକରେ ତିହିଡ଼ି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ, କେତେକ ପଞ୍ଚାୟତ ଲୋକ ପ୍ରତିନିଧି ଓ ନୋଡାଲ ଏନଜିଓର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତିହିଡ଼ି ବ୍ଲକ ସ୍ତରୀୟ ମକଡି୍ରଲ ସିନେ୍ଦାଳ ନୂଆସାହି ବନ୍ୟାଶ୍ରୟସ୍ଥଳୀରେ ଅନୁଷ୍ଠିତ ହେବ । ଅନ୍ୟ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ମକଡି୍ରଲ ମଧ୍ୟ ଅନୁଷ୍ଠିତ ହେବ । ସେହିପରି ଆଶ୍ରୟସ୍ଥଳୀ ଗୁଡ଼ିକ କିପରି ବାତ୍ୟା ଓ ବନ୍ୟା ମୁକାବିଲା କରିବାରେ ସଫଳ ହୋଇ ପାରିବ ସେ ନେଇ ମଧ୍ୟ ଅନୁଧ୍ୟାନ କରାଯିବ ।