ଚୋରାମଦ ବିରୋଧରେ ରାସ୍ତାରୋକ 

 ଚାନ୍ଦବାଲି: ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଖେରଙ୍ଗ ନିକଟରେ ଚୋରା ମଦ କାରବାର ଓ  ଚୋରା ଡ୍ରଗସ୍ କାରବାର କୁ ବିରୋଧ କରି ରାସ୍ତାରୋକ୍ କରିଛନ୍ତି ସ୍ଥାନୀୟବାସୀ । ଏହି ରାସ୍ତା ରୋକରେ ଶତାଧିକ ସ୍ଥାନୀୟ ପୁରୁଷ ଓ ମହିଳା ସାମିଲ ହୋଉଛନ୍ତି । ଦୀର୍ଘ ଦୁଇ ବର୍ଷ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏହି ବାବଦରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଏମାନେ ରାସ୍ତାରୋକ କରିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରଶାସନ ଏମାନଙ୍କ ଅଭିଯୋଗର ସମାଧାନ ନ କରିବେ ସେ ପର୍ଯ୍ୟନ୍ତ ଏମାନେ ରାସ୍ତା ରୋକ କରିବେ ବୋଲି କହିଛନ୍ତି ।