ସଟର ତାଡ଼ି ଲୁଟ୍, ପୁଲିସର ତନାଘନା 

 ବିଞ୍ଝାରପୁର : ସୋମବାର ବିଳମ୍ବିତ ରାତିରେ ସଟର ତାଡ଼ି ଦୋକାନରୁ ଲୁଟ କରିଛନ୍ତି ଦୁର୍ବୃତ । ବିଞ୍ଝାରପୁର ଥାନା ଅରେଇ ମଇଁନ୍ଦା ରୋଡ ସ୍ଥିତ ସନ୍ ସାଇନ୍ ମାର୍ବଲ ଦୋକାନରୁ ଗତ କାଲି ବିଳମ୍ବିତ ରାତିରେ ଦୁବୃର୍ତ ଦୋକାନ ସଟର ଭାଙ୍ଗି ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଆଜି ସକାଳେ ଖବର କାଗଜ ବିକ୍ରେତା ପେପର୍ ଦେବାକୁ ଯାଇଥିବା ବେଳେ ସଟର ତଡା ଯାଇଥିବା ଦେଖି ଦୋକାନ ମାଲିକ ବ୍ରଜ ମୋହନ ବେହେରାଙ୍କୁ ଜଣାଇଥିଲେ । ମାଲିକ ବ୍ରଜ ମୋହନ ଲୁଟ ହୋଇଥିବା ଜାଣିବାକୁ ପାଇବା ପରେ ପୁଲିସ୍କୁ ଜଣାଇଥିଲେ । ଦୁଇଜଣ ଦୁବୃର୍ତ ମୁହଁରେ କପଡ଼ା ବାନ୍ଧି ଲୁଟ୍ କରିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ବିଞ୍ଝାରପୁର ଅଂଚଳରେ କିଛିଦିନ ହେବ ଚୋରି ନାଁ ଥମିବାର ଲାଗୁଥିବା ବେଳେ ପୁଲିସ ବି ଚୋରଙ୍କ ଟେର ପାଉନାହିଁ । ଏହି ଘଟଣାର ତଦନ୍ତ ପୁଲିସ କରୁଥିବା ବେଳେ ଦୁର୍ବୃତଙ୍କୁ ଚିହ୍ନଟ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି ।