ଚୋରି ଇନଭର୍ଟର ସହ ଲ୍ୟାପଟପ୍ ଉଦ୍ଧାର, ୨ ଗିରଫ
ଟାଙ୍ଗୀ/ଚୌଦ୍ୱାର : ଇନଭଟର ଓ ଲ୍ୟାପଟପ୍ ଚୋରି ଘଟଣାର ତଦନ୍ତ କରି କଟକ ଜିଲ୍ଲା ଟାଙ୍ଗୀ ପୁଲିସ ଚୋରି ସାମଗ୍ରୀ ଉଦ୍ଧାର ପୂର୍ବକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫକରି ଗୁରୁବାର ଅଦାଲତ ଚାଲାଣ କରିଛି । ଅଭିଯୁକ୍ତଦ୍ୱୟ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବଛରା ପାଟଣା ଗ୍ରାମର ସୁଶାନ୍ତ କୁମାର ଦାସ (୩୫) ଓ କଟକ ଚାଉଳିଆଗଞ୍ଜ ଥାନା ଶିଖରପୁର ଉପରସାହିର ଉମେଶ ରଞ୍ଜନ ରାଉତ ଓରଫ ମୁନା(୨୦)ବୋଲି ଜାଣିବାକୁ ମିଳିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ସହ ଚୋରିରେ ବ୍ୟବହୃତ ଏକ ସ୍କୁଟର ଓ ଅଟୋ ଜବତ କରାଯାଇଥିବା ଆଇଆଇସି ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ଜଗତପୁର ଥାନା ନାନକାର ଅଞ୍ଚଳର ରାଜକୁମାର ନାୟକଙ୍କ ପିକଅପ୍ ଭ୍ୟାନ୍ରୁ ୩ଗୋଟି ଇନଭର୍ଟର ଓ ଗୋଟିଏ ଲ୍ୟାପଟପ୍ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ମଙ୍ଗୁଳି ଅଞ୍ଚଳରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।