ଅଙ୍ଗନୱାଡି କେନ୍ଦ୍ରର ନଳକୂପ ମରାମତି ଦାବି
ବନ୍ତ: ରାଜ୍ୟ ସରକାର ପିଲାଙ୍କୁ ଶୁଛ ପାନୀୟ ଜଳ ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠିତରେ ନଳକୂପ ବ୍ୟବସ୍ତା କରିଛନ୍ତି । ଏହାକୁ ମରାମତି ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଦୁଃଖ ପରିତାପର ବିଷୟ ଏହି ଘଟଣାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଏହି ଭଳି ଘଟଣା ଦେଖିବାକୁ ମିଳିଛି ବନ୍ତ ବ୍ଲକ ନି୍ଳୋକ ପଞ୍ଚାୟତ ଦୋଳପଦୀ ଅଙ୍ଗନୱାଡି କେନ୍ଦ୍ରରେ ଥିବା ଟିୱଲ ଦୀର୍ଘ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିଥିବା ବେଳେ ମରାମତି ପାଇଁ ସ୍ଥାନୀୟ ସରପଞ୍ଚ ସମେତ ବନ୍ତ ବ୍ଲକ ବିଡିଓଙ୍କୁ ପତ୍ର ମାଧ୍ୟ୍ୟମରେ ଅବଗତ କରିଛନ୍ତି କେହି କର୍ଣ୍ଣପାତ କରୁନାହାନ୍ତି । ଏହି ଟିୱଲରୁ ଅଙ୍ଗନୱାଡିରେ ପଢୁଥିବା ପିଲା ପାଣି ପିଇବା ସହିତ ରୋଷେଇ ପାଇଁ ବ୍ୟବହାର କରାଯାଏ । କିନ୍ତୁ ଟିୱଲ ଖରାପ ହୋଇଯିବା ପରେ ଅନ୍ୟତ୍ର ଯାଇ ପାଣି ଆଣିବାକୁ ପଡୁଛି ଏଥି ସହିତ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କେନ୍ଦ୍ରର କର୍ମୀ ମମତା ରାଣୀ ଭୂୟା ଅଭିଯୋଗ କରିଛନ୍ତି । ଯଦି ଏହି ଟିୱଲଟି ମରାମତି କରିଦିଅନ୍ତି ଅଙ୍ଗନୱାଡି ପିଲାଙ୍କ ପିଇବା ପାଣି ଓ ରୋଷେଇ ପାଇଁ ଜଳ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ।