ଜିଲ୍ଲାପାଳଙ୍କ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

 ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଧନକଉଡା ବ୍ଲକ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଚାଷୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ । ସେ କାଳାମାଟି ଗ୍ରାମର ଡ୍ରାଗନ ଫଳ ଚାଷ, ଗୋଡଭଗା +୩ କଲେଜ, ବସନ୍ତପୁର ଗ୍ରାମ ପଞ୍ଚାୟତର ସାହଜଜବାହାଲ ଗ୍ରାମର ଟେରାକୋଟା କଳାକୃତି କର୍ମଶାଳା ପରିଦର୍ଶନ, ଆୟୁଷ ଆରୋଗ୍ୟ କେନ୍ଦ୍ର ପ୍ରଭୃତି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଡ୍ରାଗନ ଫଳ ଚାଷକୁ ପ୍ରୋତ୍ସାହିତ କରିବାକୁ କ୍ଲଷ୍ଟର ଆଧାରିତ ପ୍ରଣାଳୀ ଗଠନ ଏବଂ କୃଷି ପର୍ଯ୍ୟଟନ ଉନ୍ନତି ପାଇଁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ଓଡ଼ିଶା ଜୀବିକା ମିସନ୍ (ଓଏଲମ) ଏବଂ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସୋସାଇଟି (ଓରମାସ) କୁ ଏହି ଉଦ୍ୟମରେ ସଂଯୁକ୍ତ ଭାବେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ । ଜିଲ୍ଲାପାଳ ଟେରାକୋଟା କଳାକୃତି ଘର ପରିଦର୍ଶନ କରି ସ୍ଥାନୀୟ କାରିଗର ମାନଙ୍କର ଉନ୍ନତ ପ୍ରଶିକ୍ଷଣ ସୁବିଧା ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଗ୍ରାମରେ ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ନିଦେ୍ର୍ଦଶ ଦେଇଛନ୍ତି । ଧନକଉଡା ବ୍ଲକ ଉନ୍ନୟନ ଅଧିକାରୀକୁ ଗ୍ରାମରେ ମୌଳିକ ସୁବିଧା ଯୋଗାଇଦେବା, ବିଶେଷକରି ସୁଦୃଢ଼ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।