ଅଜାଣବନ ଶିଶୁ ମହୋତ୍ସବ ପ୍ରସ୍ତୁତି ବୈଠକ

 ବରୀ: ବ୍ଲକ ସ୍ଥିତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଶିକ୍ଷାଶ୍ରମର ମୁଖ୍ୟ ସେବକ ଡ. ନୃସିଂହ ଚରଣ ବେହେରାଙ୍କ ସଭାପତିତ୍ୱରେ ଅଜାଣବନ ଶିଶୁ ମହୋତ୍ସବ ନିମନ୍ତେ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶିଶୁ ମହୋତ୍ସବ ୨୩ ତାରିଖ ରିଖଠାରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ୨୩ ତାରିଖ ଶିଶୁ ମହୋତ୍ସବ ଉଦ୍ଘାଟନ ତଥା ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ, ୨୪ ଓ ୨୫ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ୨୬ ତାରିଖ ଜନରାଜ୍ୟ ଦିବସ ପାଳନ, ୨୭ ତାରିଖ କ୍ରୀଡା ପୁରସ୍କାରବିତରଣୀ ସଭା, ୨୮ ତାରିଖ ମଙ୍ଗଳବାର ପୂର୍ବାହ୍ନ ୯.୩୦ମିରେ ଉକ୍ରଳଗୌବର ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ପୂର୍ବକ ଶିକ୍ଷାଶ୍ରମରେ ଅଧ୍ୟୟନରତଛାତ୍ରଛାତ୍ରୀମାନଙ୍କୁ ସ୍କାଉଡ୍, ଗାଇଡ, ସର୍ବାଧିକ ଉପସ୍ଥାନ, ପ୍ରିୟାଂଶୁ ଜେନା ସ୍ମୃତି ସମ୍ମାନଆଦିରେ ପୁରସ୍କୃର କରାଯିବା ସହିତ ରମାଦାସ ପ୍ରତିଭା ସମ୍ମାନ,ଅଜାଣ ପ୍ରତିଭା ସମ୍ମାନ ଓଲୋକନାଥ ସ୍ମୃତି ସମ୍ମାନରେ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପଗ୍ରହାଣକରାଯାଇଛି  । ଶିକ୍ଷାଶ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ଚରିତ୍ର ଗଠନରେଯେଉଁ ଜେଜ ଓ ଜେଜମା’ମାନେ ସହାୟ ହେଉଛନ୍ତି ସେମାନଙ୍କୁ ଭୂମିଦାତା କେଳୁଚରଣ ସ୍ମୃତିସମ୍ମାନରେ ମଧ୍ୟ ସମ୍ବର୍ଦ୍ଧିତ କରାଯିବ  । ଶିଶୁ ପ୍ରତିଭା ଅନ୍ୱ?ଷଣ ପ୍ରତିଯୋଗିତା ଦିବା ୧୦ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାକୁ ସୁପରିଚାଳନା ତଥା ସହଯୋଗପାଇଁ ନିମନ୍ତ୍ରିତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷିକା ଓ ଅଭିଭାବକମାନଙ୍କୁ ଅନୁରୋଧ କରାଗଲା । ଉକ୍ତ ବୈଠକରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଜେନା, ମକରଧ୍ୱଜସାହୁ,ବୈଷ୍ଣବ ଚରଣ ଦାସ, ରମାଦାସ ସେବା ସଂଗଠନର ସମ୍ପାଦକ ଅଶୋକ ଦାସ, ପ୍ରମିଳା ପତି ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫୁଲ ଦାଶ, କରୁଣାକର ପ୍ରଧାନ, ଅଭୟ ଶତପଥୀ, ଗୋପିନାଥ ଦାସ, ଶିକ୍ଷକ ମିହିର ଜେନା, ଦୁର୍ଯେ୍ୟାଧନ ଓଝା, ଦୁର୍ଯେ୍ୟାଧନ ଜେନା, ଅଞ୍ଜନ ଜେନା ଓ ସମସ୍ତ ଶିକ୍ଷକ ଓ ଶିକ୍ଷିକା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ଉମାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।