ଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡିତା


  • କହିଲେ- ରାତିରେ ଅନ୍ତବସ୍ତ୍ର ଖୋଲି ଗୋଇଠା ମାରିଥିଲେ
    ଭୁବନେଶ୍ୱର, ୧୯ା୯ : ଅଭଦ୍ରାମୀର ସବୁ ସୀମା ଲଙ୍ଘିଛି କମିଶନରେଟ୍ ପୁଲିସର ଭରତପୁର ଥାନା ପୁଲିସ । ବିଳମ୍ୱିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଛି । ଖାଲି ନିର୍ଯାତନା ଦେଇନି ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା ସହିତ ପ୍ରାଇଭେଟ୍ ପାଟ୍କୁ ଗୋଇଠା ମାରିଛି । ତାହା ପୁଣି ପୁରୁଷ ପୁଲିସ । ଏମ୍ସରେ ଚିକିସôିତ ହେଉଥିବା ବାନ୍ଧବୀ ଆଜି ଗଣମାଧ୍ୟମରେ ବଖାଣିଛି ଅନ୍ଧାର ରାତିର କଳାହାଣୀ ।
     ପୀଡିତା କହିଛନ୍ତି, ରାତି ଗୋଟାଏ ବେଳେ ନିଜର ରେସ୍ତୁରାଣ୍ଟ ବନ୍ଦ କରି ଘରକୁ ଫେରୁଥିଲୁ । ତେବେ ଅଧା ରାସ୍ତାରେ କିଛି ବ୍ୟକ୍ତି ଗାଡି ଅଟକାଇ ଯୁକ୍ତିତର୍କ କରିଥିଲେ । ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲୁ । ସେତେବେଳେ ଥାନା ଅଭ୍ୟର୍ଥନା କକ୍ଷରେ ବସିଥିଲେ ଜଣେ ମହିଳା କନ୍ଷ୍ଟେବଳ । ସେ ସେତେବେଳେ ୟୁନିଫର୍ମରେ ନଥିଲେ, ନାଇଟ୍ ପିନ୍ଧି ବସି ଥିଲେ । ତାଙ୍କ ଛଡା ଆଉ କୌଣସି ପୁଲିସ କର୍ମଚାରୀ ନଥିଲେ । ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ ଏଫେୟାର ଲଜ୍ କରିବା ପାଇଁ ଅନୁରୋଧ କରିଥିଲି । ହେଲେ ସେ ଏଫେୟାର ଲଜ୍ କରିବା ବଦଳରେ ଗାଳି ଦେଇଥିଲେ ବୋଲି ପୀଡିତା କହିଛନ୍ତି । ପୀଡିତା ଆହୁରି କହିଛନ୍ତି, ମହିଳା କନଷ୍ଟେବଳ ଗାଳି ଦେବାର କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡି ଥାନାରେ ପହଞ୍ଚିଥିଲା । ସେଥିରେ ଥିବା ମହିଳା ଓ ପୁରୁଷ କର୍ମଚାରୀମାନେ ଏଫେୟାର ଲେଖିବା ପାଇଁ ମେଜର ଗୁରୁବଂଶଙ୍କୁ କହିଥିଲେ । ଗୁରୁବଂଶ ୠଓଜ ଲେଖିବା ପାଇଁ ରାଜି ହୋଇଥିଲେ । କିନ୍ତୁ ସେଠାରେ କ’ଣ ହେଲା ସେମାନେ ତାଙ୍କୁ କଷ୍ଟଡିରେ ରଖିଲେ । ମୁଁ ସେଠାରେ ପ୍ରତିବାଦ କରିଥିଲି । ଜଣେ ଆର୍ମି ଅଫିସରଙ୍କୁ କଷ୍ଟଡିରେ ରଖିପାରିବ ନାହିଁ, ଏହା ଆଇନ୍ ବିରୋଧୀ ବୋଲି କହିଥିଲେ । ଠିକ୍ ସେତିକି ବେଳେ ଦୁଇ ଜଣ ମହିଳା ପୁଲିସ ଅଫିସର ମୋ’ ଚୁଟି ଧରି ମାଡ ମାରିଥିଲେ । ମୁଁ ଯେତେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନେ ଶୁଣି ନଥିଲେ । ସେମାନଙ୍କ ଭିତରୁ ଜଣେ ମହିଳା କନ୍ଷ୍ଟେବଳ ମୋ’ ଗଳା ଚିପି ଦେବାକୁ ଉଦ୍ୟମ କରୁଥିଲେ । ସେଥିପାଇଁ ମୁଁ ତା’ ହାତକୁ କାମୁଡି ଦେଇଥିଲି । ତା’ପରେ ସେମାନେ ମୋ’ ଜାକେଟ୍ରେ ପଛ ପାର୍ଶ୍ୱରେ ହାତକୁ ବାନ୍ଧି ଦେଇଥିଲେ । ଜଣେ କଷ୍ଟେବଳଙ୍କ ସ୍କ୍ରାପ୍ରେ ମୋ’ ଗୋଡକୁ ବାନ୍ଧି ଦେଇ ଲକ୍ଅପ୍ରେ ପକାଇ ଦେଇଥିଲେ ବୋଲି ପୀଡିତା କହିଛନ୍ତି ।
    ପୀଡିତା କହିଛନ୍ତି, ଲକ୍ଅପ୍ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ । ସେ ମୋ ଅନ୍ତବସ୍ତ୍ର ଖୋଲି ମୋ ...କୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । କିଛି ସମୟ ପରେ ଆଇଆଇସି ଆସି ମୋ’ ପ୍ୟାଣ୍ଟ ଖସାଇ ଦେଇଥିଲେ । ତା’ପରେ ସେ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍ ରହିବୁ ବୋଲି କହିଥିଲେ । ସେତେବେଳେ ମୁଁ କେବଳ ବଡ ପାଟିରେ ଚିକôାର କରୁଥିଲି ବୋଲି ପୀଡିତା କହିଛନ୍ତି ।