ମିଶନ ଶକ୍ତିରେ ସିଆରପିଙ୍କ ଦୁର୍ନୀତି: ଛତୁଆ କାରଖାନା ଖୋଲିବାକୁ ଚଞ୍ଚକତା କରି ହରଡ଼ଘଣାରେ ସିଆରପି
ଚାନ୍ଦବାଲି: ବାଂଶଡା ପଞ୍ଚାୟତ ଛେଡାକ ଗ୍ରାମର ଜଣେ ସିଆରପି ନିଜର ଗୁଜରାଣ ମେଣ୍ଟାଇବାକୁ ଯାଇ ଚଞ୍ଚକତା କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସଂପୃକ୍ତ ସିଆରପି ଜଣକ ଏମିତି ଆଗରୁ ଏକ ମହିଳା ଏକ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କ ଦସ୍ତଖତକୁ ନକଲ କରି ମାଛ ଚାଷ ସବସିଡକୁ ମଧ୍ୟ ଉଠାଇ ନେଇଥିବା ଦର୍ଶାଯାଇଛି ।
ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ବ୍ଲକ ବାଂଶଡା ପଞ୍ଚାୟତ ଛେଡାକ ଗ୍ରାମର ଜୟ ହନୁମାନ ସ୍ୱୟଂ ସହାୟିକ ଗୋଷ୍ଠୀ ଦାୟିତ୍ୱରେ ଥିବା ସିଆରପି ପଦ୍ମିନୀ ରାଉତ ଗତ ମାର୍ଚ ୨୦୨୫ ମସିହାରେ ଏକ ଜୟ ହନୁମାନ ସ୍ୱୟଂ ସହାୟିକ ଗୋଷ୍ଠୀର ସଭାବହିକୁ ଜାଲିଆତି କରି ବାଂଶଡା ଠାରେ ଏକ ଛତୁଆ କାରଖାନା ଖୋଲିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ କରିଥିଲା । ଏହି ଦରଖାସ୍ତରେ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ଛତୁଆ କାରଖାନା ଖୋଲିବାକୁ ଚାହୁଁଛନ୍ତି ଏହା ଦ୍ୱାରା ମିଶନ ଶକ୍ତି ମହିଳା ମାନେ ଉପକୃତ ହେବେ ବୋଲି ଦର୍ଶାଯାଇଛି । ଏହି ବିଷୟରେ ମିଶନ ଶକ୍ତି ବିଭାଗରୁ ଚିଠି ଆସିବା ପରେ ସଂପୃକ୍ତ ମହିଳାସ୍ୱୟଂ ସହାୟିକା ଗୋଷ୍ଠୀ ଜାଣିବାକୁ ପାଇଥିଲେ । ଆଜି ଏ ନେଇ ସଂପୃକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ୬ଜଣ ସଭ୍ୟା ଯାଇ ଚାନ୍ଦବାଲି ବିଡିଓଙ୍କୁ ଦେଖାକରି ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ବିଷୟରେ ଭଦ୍ରକ ଜିଲ୍ଲାପାଳ ଏବଂ କମିଶନର ଜୀବିକା ଶକ୍ତି ମିଶନ ଭୁବନେଶ୍ୱରଙ୍କ ଅବଗତ ନିମନ୍ତେ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ସିଆରପି ପଦ୍ମିନୀ ରାଉତ ବିଗତ ଦିନରେ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଆସିଥିବା ମାଛ ସବସିଡକୁ ମଧ୍ୟ ଚଞ୍ଚକତା କରି ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ତୁରନ୍ତ ସଂପୃକ୍ତ ସିଆରପିଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ଦାବି କରିଛନ୍ତି । ଆଜି ଦାବିପତ୍ର ପ୍ରଦାନ ବେଳେ ରେଣୁକା ରାଉତ, ଝୁନାରାଣୀ ରାଉତ, ଜୋତ୍ସାରାଣୀ ରାଉତ, ଅନିତା ରାଉତ, ସୀମା ରାଉତ ଏବଂ ମୋନାଲିସା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।