ଗୋଚରରେ ନିର୍ମାଣ ହେଉଛି ପାଚେରି
ବିଞ୍ଝାରପୁର : ବିଞ୍ଝାରପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ଗୋଚର ଜମିରେ ଚାଲିଛି ପାଚେରି ନିର୍ମାଣ । ଗୋଟେ ପଟେ ବିନା ସୂଚନା ଫଳକରେ ନିର୍ମାଣ ଚାଲିଥିବା ବେଳେ ଅନ୍ୟପଟେ ତହସିଲ କର୍ତୁପକ୍ଷ ନୀରବତା ଅବଲମ୍ବନ କରିଛନ୍ତି । ବେଆଇନ ନିର୍ମାଣକୁ ନେଇ ବିଡିଓ ନିକଟରେ ଅଭିଯୋଗ ହୋଇଛି । ବିଡିଓଙ୍କୁ ଅଭିଯୋଗ ଦେଲା ପରେ ବି ଫଳ ଶୂନ୍ ବୋଲି କହିଛନ୍ତି ଅଭିଯୋଗକାରୀ ଗୋପାଳ ସାମଲ । କନିଷ୍ଠ ଯନ୍ତ୍ରୀ ଅମୁଲ୍ୟ ତ୍ରିପାଠୀ ରହିଥିବା ବେଳେ କିପରି ନିର୍ମାଣଧିନ ସ୍ଥାନର କାଗଜ ଯାଂଚ ନକରି କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ତେବେ ପୁରା ବିଞ୍ଝାରପୁର ବ୍ଲକ୍ରେ ଏହିପରି କାର୍ଯ୍ୟ ଚାଲୁଥିବା ବେଳେ ବିଡିଓଙ୍କ ଆଖିବନ୍ଦ୍ ଆଉ ପାଟି ଚୁପ୍ କରି ବସିଛନ୍ତି । ଏସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ କୁହନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଏହି ଘରଟି ପୂର୍ବରୁ ଗୋଚର ଜମିରେ ରହିଛି । କାଳେ ଧସିଯିବ ସେହି ସନ୍ଦେହରେ ଘରଟିକୁ ସୁରକ୍ଷା ଦେବାପାଇଁ ପାଚେରିଟି ନିର୍ମାଣ ହେଉଛି । ଅଭିଯୋଗ ଆସିବା ପରେ କାର୍ଯ୍ୟ ବନ୍ଦ ରହିଛି । ସଠିକ୍ କାଗଜ ହସ୍ତଗତ ପରେ କାମ ହେବ ବିଲ ପେମେଣ୍ଟ କରାଯିବ ବୋଲି କହିଛନ୍ତି ।