ଅତିରିକ୍ତ ସଚିବଙ୍କ ସମୀକ୍ଷା ବୈଠକ


ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭା ଗୃହରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ନିଯୁକ୍ତ ନିତି ଆୟୋଗର ଜିଲ୍ଲା ପ୍ରଭାରୀ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକା ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହେଇଯାଇଛି । ଯେହେତୁ ଢେଙ୍କାନାଳ ଜିଲ୍ଲା ଏକ ଆକାଂକ୍ଷୀ ଜିଲ୍ଲା । ତେଣୁ କିଛି ନିର୍ଦ୍ଦିଷ୍ଟ ବିଷୟ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଭଳି ବିଷୟ ଉପରେ ଅଧିକ ଗୁରୁତ୍ୱ ଦେବା ସହ ଯେଉଁ ସ୍ଥାନରେ ଏହି ବିଷୟ ସମ୍ବନ୍ଧିତ କିଛି ସମସ୍ୟା ରହିଛି । ସେ ସବୁକୁ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ସାମଲ କହିଛନ୍ତି । ଏହାସହିତ ସମସ୍ତ ବିଭାଗର ମିଳିତ ସମନ୍ୱୟରେ କାର୍ଯ୍ୟ କଲେ କାର୍ଯ୍ୟର ସୁଫଳ ମିଳିବ ଏବଂ ଲକ୍ଷ୍ୟ ପୂରଣ ହେବ ବୋଲି ଅତିରିକ୍ତ ନିଦେ୍ର୍ଦଶକ କହିଛନ୍ତି । ଏହାସହିତ ସମସ୍ତ ବିଭାଗର ସମୀକ୍ଷା କରିବା ସହିତ ଜିଲ୍ଲାସ୍ତରରେ ଆହୁରି କିଭଳି ଭଲ କାର୍ଯ୍ୟକ୍ରମମାନ କରାଯାଇପାରିବ ସେ ବିଷୟରେ କହିଥିଲେ । ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନିତା ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।