ସଂସ୍କୃତି ଭବନରେ ପୁନଃ ନିର୍ମାଣ ହେଉଛି ଜିଲ୍ଲା ପାଠାଗାର


ାା ପ୍ରଭାନୁ୍ୟଜ ।ା ବାରିପଦା/ସାରସକଣା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଥିବା ପାଠାଗାରକୁ ଜିଲ୍ଲା ପାଠାଗାର ରୂପେ ପୁନଃନିର୍ମାଣ କରାଯାଉଛି ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ପରିଚାଳନାରେ ଏହି ପାଠାଗାରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ।  ଜିଲ୍ଲାପାଳ ନିଜେ ଏହି କାର୍ଯ୍ୟର ନିରୀକ୍ଷଣ କରିବା ସମୟରେ ଏହି ପାଠାଗାରକୁ ଯୁଗୋପଯୋଗୀ କରିବା ନିମିତ୍ତ ଇଣ୍ଟରନେଟ ସୁବିଧା ସହିତ ସମସ୍ତଙ୍କ ପାଇଁ ପଢା ସମୟରେ ଖୋଲା ରହିବ ଏବଂ ଏଠାରେ ସଂସ୍କୃତି, ଇତିହାସ, ଜିଲ୍ଲାର ଭୂଗୋଳ, ରାଜ୍ୟ, ଦେଶ ଇତ୍ୟାଦି ଉପରେ ବିଭିନ୍ନ ପୁସ୍ତକ ରହିବ । ଏହା ବ୍ୟତୀତ ୟୁପିଏସ୍ସି, ଓପିଏସ୍ସି, ବ୍ୟାଙ୍କିଙ୍ଗ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ପାଇଁ ପ୍ରତିଯୋଗିତାମୂଳକ ପୁସ୍ତକ ମଧ୍ୟ ଉପଲବ୍ଧ ରହିବ । ପାଠକ ପାଠିକା ଏବଂ ବିଶେଷ କରି ଯୁବବର୍ଗ ଯେଉଁମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କ ପାଇଁ ଏହା ଏକ ଉକ୍ରୃଷ୍ଟ ପରିବେଶ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି । ଏବଂ ସେମାନଙ୍କୁ ପଢା ବହି ବ୍ୟତୀତ ବିଭିନ୍ନ ପତ୍ର, ପତ୍ରିକା, ଉପନ୍ୟାସ, ଖବର କାଗଜ ନିଦ୍ୱନ୍ଦ୍ୱରେ ପଢିବାକୁ ଏହି ପାଠାଗାରରେ ସୁଯୋଗ ଦିଆଯିବ । ପ୍ରକାଶ ଯେ, ଏହି ପାଠାଗାର ୨୦୦୮ ମସିହାରୁ ସଂସ୍କୃତି ଭବନରେ କାର୍ଯ୍ୟକାରୀ ହେଉଛି । କିନ୍ତୁ ଦୀର୍ଘବର୍ଷ ପରେ ଏହାର ପୁନଃ ନିର୍ମାଣ ଏବଂ ନୂତନ ଶୈଳୀରେ ଏହାର ପୁନର୍ବିନ୍ୟାସ କାର୍ଯ୍ୟ ହେଉଛି । ଯାହା ବିଶେଷ କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ବୃଦ୍ଧି ବିକାଶରେ ସହାୟକ ହେବ ବୋଲି ପ୍ରଶାସନ ଆଶା ପ୍ରକଟ କରିଛନ୍ତି ।