ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଢେଙ୍କାନାଳ ଗସ୍ତ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ:  ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ୍ ରାମଚନ୍ଦ୍ର ଯାଦବ ଏକ ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଉପସ୍ଥିତ ରହି ରାଜସ୍ୱ ଆୟୁକ୍ତଙ୍କୁ ସ୍ୱାଗତ କରିଥିଲେ । ସର୍ବପ୍ରଥମେ ରାଜସ୍ୱ ଆୟୁକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ପରିଚୟ ପଚାରିବା ସହ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର ତୃଣମୂଳସ୍ତରରେ ସଫଳ ରୁପାୟନ ନିମନ୍ତେ ସେ ପରାମର୍ଶ ଦେଇଥିଲେ । ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତି ରାଜ ଓ ପାନୀୟଜଳ, ଜନ ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଅନୂସୁଚିତ ଜାତି ଓ ଜନଜାତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାମାଜିକ ସୁରକ୍ଷା, ସମନ୍ୱୟ, ଶକ୍ତି, କ୍ରୀଡା, ଅବକାରୀ ଓ ରାଜସ୍ୱ ବିଭାଗଗୁଡିକର ସମୀକ୍ଷା କରିଥିଲେ । ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ବିଭାଗର ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ରାଜସ୍ୱ ଆୟୁକ୍ତଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନିତା ପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ,  ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
