ଝାଡ଼େଶ୍ୱର ଘାଟରେ ଶ୍ରଦ୍ଧାଳୁଙ୍କ ବୁଡ଼

ଝାଡ଼େଶ୍ୱର ଘାଟରେ ଶ୍ରଦ୍ଧାଳୁଙ୍କ ବୁଡ଼


 ଆନନ୍ଦପୁର:  ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ପବିତ୍ର ବୈତରଣୀ ନଦୀର ଝାଡ଼େଶ୍ୱର ଘାଟରେ ଶହଶହ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।  ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁ ପିତୃ ପୁରୁଷ ଙ୍କୁ ପିଣ୍ଡ ଦେଇଥିଲେ । ଆଜିର ଦିନରେ ବୈତରଣୀ ନଦୀରେ ବୁଡ଼ ପକାଇଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ।ଏହି ବିଶ୍ୱାସରେ ସକାଳୁ ସକାଳୁ ଶହଶହ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ନେଇ ଭିଡ଼ ଜମାଇଥିଲେ । ଏହାକୁ ଦୃଷ୍ଟିରେ ରଖି  ପୁଲିସ ପ୍ରଶାସନ ଏବଂ ଦମକଳ ବାହିନୀ କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ସଜାଗ ହୋଇ ରହିଥିଲୋ ଦୁଇଶହରୁ ଉର୍ଦ୍ଧ ଷ୍ଟଲ ପଡ଼ିଥିବା ବେଳେ ଏହି ମେଳା ୭ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତି ନିଆଯାଇଛି ।  ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀ  ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।କୋଠ ତହସିଲଦାର ଶୁଶାନ୍ତ କୁମାର ସାମଲ, ଏଆରଆଇ ମନୋଜ କୁମାର ସାହୁ, କମିଟି ସଦସ୍ୟ ଅଜୟ ସାହୁ, ଦୀପକ ସାହୁ, ବିକାଶ ସାହୁ, ରଘୁନାଥ ସାହୁ, ଚିନ୍ତାମଣୀ ସାହୁ, ଅକ୍ଷୟ ସାହୁ, ବିକାଶ ସାହୁ, ପରେଶ ସେଠୀ, ଚକ୍ରଧର ସାହୁଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।