ପୌର କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଦାବି
ଆନନ୍ଦପୁର : ୧୯୭୪ ମସିହାରେ ଆନନ୍ଦପୁର ପୌରାଞ୍ଚଳ ପଞ୍ଚାୟତରୁ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇଥିଲା । ତେବେ ପଞ୍ଚାୟତ ଅମଳରୁ ନିର୍ମିତ ଏହି ଗୃହ ପୌରାଞ୍ଚଳ ମାନ୍ୟତା ପାଇବା ପରେ ମଧ୍ୟ ଆଦ୍ୟାବିଧି ସେହି ପଞ୍ଚାୟତ କାର୍ଯ୍ୟାଳୟରେ ଚାଲି ଆସୁଛି । ପଞ୍ଚାୟତରୁ ପୌରାଞ୍ଚଳ ହେବା ପରେ ବିଭିନ୍ନ ବିଭାଗରେ କର୍ମଚାରୀ ସଂଖ୍ୟା ବଢିଛି । ତେବେ ଦୁର୍ବଳ ଭିତିଭୂମି ସତ୍ୱେ ଏହି ପୁରାତନ ଗୃହକୁ ନୂତନ ରୂପ ରେଖ ଦିଆଯାଇ ଦୁଇ ଥାକିଆ କରାଯାଇ ଜେନତେନ ପ୍ରକାରେ ପୌରପାଳିକା କାର୍ଯ୍ୟ ସମ୍ପାଦନ କରାଯାଉଛି । ହେଲେ ବିଭିନ୍ନ ବିଭାଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଗୃହ ନାହିଁ । ଯଦ୍ୱାରା କି ଏହି କାର୍ଯ୍ୟାଳୟ ଏକ ସରକାରୀ କାର୍ଯ୍ୟାଳୟ ହୋଇଥଲେ ମଧ୍ୟ ଏଠାରେ ସରକାରୀ ଫାଇଲ ଏବଂ କାଗଜପତ୍ର ସୁରକ୍ଷିତ ନୁହେଁ । ବିଭିନ୍ନ ସମୟରେ ହିତାଧିକାରୀଙ୍କ ଫାଇଲ କିମ୍ବା କାଗଜପତ୍ର ଚୋରି ହୋଇଯାଏ । ଏପରିକି ଅଶୋକ କୁମାର ରାଉତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସମୟରେ ପୌରାଧକ୍ଷା ରାଜନୀରାଣୀ ଖଟୁଆଙ୍କ ଟେବୁଲ-ଡ୍ର ରୁ ବହୁ ଗୁରୁତ୍ୱପୂର୍ଣ ଫାଇଲ ଚୋରି ହୋଇଯାଇଥିବା ନଜିର ମଧ୍ୟ ରହିଛି । ଏନେଇ ପୌରାଧକ୍ଷା ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଣୁ ପୌରକାର୍ଯ୍ୟାଳୟର ସୁପରିଚାଳନା ପାଇଁ ଆନନ୍ଦପୁର ସହର ମଧ୍ୟରେ ନୂତନ ସ୍ଥାନ ନିରୂପଣ କରାଯାଇ ସ୍ଥାୟୀ କାର୍ଯ୍ୟାଳୟ ପ୍ରସ୍ତୁତ କରିବାପାଇଁ ପୌରପରିଷଦ ୭ ନମ୍ବର ୱାର୍ଡ କାଉନସିଲର କୃଷ୍ଣ ରଣା ଦାବି କରିବା ସହିତ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆନନ୍ଦପୁର ରିଙ୍ଗରୋଡ଼, ତହସିଲ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ, ସିଆଡ଼ିମାଳିଆ ପାର୍ଶ୍ୱରେ ଶହ ଶହ ଏକର ସରକାରୀ ଜମି ପଡି ରହିଛି । ଏଏସବୁ ସ୍ଥାନକୁ ଚିÿହ୍ନଟ କରାଯାଇ ପୌର କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ କରାଯାଇ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ କାଉନସିଲର ଶ୍ରୀ ରଣା ଦାବି କରିଛନ୍ତି ।