ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

 ଚମ୍ପୁଆ: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ କରିବା ଉଦେ୍ଦଶ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶକ୍ରମେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଜାତୀୟ ପ୍ରଶିକ୍ଷଣ ଶିବିର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି । ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ବିଡିଓ ସ୍ମୃତି ରଞ୍ଜନ ସାହୁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ଏବିଡିଓ ଚୁନୁ ହାଁସଦା,ମାଷ୍ଟର ଟ୍ରେନର ଦଲଜିତ ସିଂ,ସୁପରଭାଇଜର ଅବିନାଶ ପ୍ରଧାନ ଓ ସଦାଶିବ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ୧୮ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ସାବାଳକ ମାନଙ୍କର ନିର୍ଭୁଲ ଭାବେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ପଂଜିକୃତ ହୋଇନଥିବା ସାବାଳକ ମାନଙ୍କର ତଥ୍ୟ ସଂଗ୍ରହ କରି ନିର୍ଭୁଲ ଭାବେ ଅପଲୋଡ଼ କରିବାକୁ କୁହାଯାଇଥିଲା  ।ମାଷ୍ଟର ଟ୍ରେନର ଓ ସୁପରଭାଇଜର ମାନେ ପ୍ରଶିକ୍ଷଣ ଦେବାପରେ ସେମାନଙ୍କର ଏକ ଲିଖିତ ପରୀକ୍ଷା କରାଯିବାକୁ ସୂଚନା ଦିଆଯାଇଥିଲା । କୃତକାର୍ଯ୍ୟ ହୋଇଥିବା ବୁଥ୍ସ୍ତରୀୟ ଅଧିକାରୀଙ୍କୁ ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ଥିବା ବିଡିଓ ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବୁଥ୍ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।