ଜନ ଅଭିଯୋଗ ଶୁଣାଣି : ୧୫୨ ମାମଲା ଫଏସଲା
କେନ୍ଦ୍ରାପଡା : କେନ୍ଦ୍ରାପଡା କେନ୍ଦ୍ରାପଡା ମୁ୍ୟନିସିପାଲିଟି ଟାଉନ୍ହଲ୍ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିୟା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ, ବିଡିଓ ଅଭିଷେକ ସ୍ୱାଇଁ, ଡେପୁଟି କାଲେକ୍ଟର ତୃପ୍ତି ମହାନ୍ତି, ପୌରପରିଷଦ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି ପ୍ରମୁଖ ଅଭିଯୋଗ ଶୁଣାଣିରେ ଯୋଗଦେଇଥିଲେ । ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୫୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୨୯ଟି ସାମୂହିକ ଏବଂ ୧୨୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ନିଦେ୍ର୍ଦଶ ଦେଇଛନ୍ତି । ସାମୂହିକ ଅଭିଯୋଗ ମଧ୍ୟରେ ପାଟନାଳିରୁ ଦଳ ସଫା, ଭୂମିହୀନଙ୍କୁ ଜମି ପ୍ରଦାନ, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ, ରାସ୍ତା ଅବରୋଧ ହଟାଇବା, ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ ଆଦି । ସେହିପରି ବ୍ୟକ୍ତିଗତ ଅଭିଯୋଗ ସୁଭଦ୍ରା ଯୋଜନାରେ ଅର୍ଥରାଶି ପ୍ରଦାନ, ଆୟୁଷ୍ମାନ କାର୍ଡ ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ବିଦୁ୍ୟତ ଟ୍ରାନ୍ସଫର୍ମର ବସାଇବା, ନୂତନ ରେଶନ କାର୍ଡରେ କାର୍ଡରେ ନାମ ପଞ୍ଜୀକରଣ, କୁମ୍ଭୀର ଦାଉରୁ ରକ୍ଷା ପାଇଁ ଗାଧୁଆ ତୁଠ ନିର୍ମାଣ ଓ ମରାମତି, ବଗପାଟିଆ ବାସୀଙ୍କୁ ଥଇଥାନ, ବର୍ଷା ଜଳ ନିଷ୍କାସନ, ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ ଗୁଡିକ ମୁଖ୍ୟ ସ୍ଥାନରେ ଥିଲା ଏବଂ ୧୩ ଜଣଙ୍କୁ ଚିକିସôା ସହାୟତା ବାବଦରେ ୬୭.୦୦୦/- ଅର୍ଥରାଶି ପ୍ରଦାନ ନିମନ୍ତେ ମଞ୍ଜୁର କରାଯାଇ ଥିଲା ।