ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 ଆସିକା :  ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି  । ବରିଷ୍ଠ ଅଧ୍ୟାପିକା ଡ. ନନ୍ଦିତା ଦାଶ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଅତିଥିଙ୍କ କରକମଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ୱନୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ନୂତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀ ସ୍ୱାଗତ ଭାଷଣ ରଖିଥିଲେ  । ପ୍ରଶାସନିକ ଅଧିକାରୀ ଡ. ଶଙ୍କର ପ୍ରସାଦ ଅଧିକାରୀ ବିଦାୟୀ ଅଧ୍ୟକ୍ଷଙ୍କ ଛାତ୍ର ଶୃଙ୍ଖଳା, ପ୍ରଶାସନିକ ଦକ୍ଷତା, ଶୈକ୍ଷିକ ବାତାବରଣ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ  । ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ଅଭିଭାଷଣ ରଖିବାବେଳେ ଭାବପ୍ରବଣ ହୋଇପଡ଼ିଥିଲେ  । ପରୀକ୍ଷା ନିୟନ୍ତ୍ରକ ଡ. ନନ୍ଦିତା ଦାଶ, ଅଧ୍ୟାପିକା ମିନତି ବେହେରା, ଅଧ୍ୟାପକ ରାଜେଶ କୁମାର ସାହୁ ବିଦାୟକାଳୀନ ଅଧ୍ୟକ୍ଷଙ୍କ ମହାବିଦ୍ୟାଳୟର ଭିତ୍ତି ସରଞ୍ଚନା ଉପରେ ଆଲୋକପାତ କରିଥିଲେ । ବିଦାୟୀ ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ପାଞ୍ଚ ବର୍ଷ ସକାରାତ୍ମକ ଅଧ୍ୟକ୍ଷତାର ଅନୁଭୂତିକୁ ସଂକ୍ଷେପରେ ବ୍ୟକ୍ତ କରିଥିଲେ । ବିଦାୟୀ ଅଧ୍ୟକ୍ଷଙ୍କୁ ଉପଢୌକନ ଏବଂ ବିଦାୟୀକାଳୀନ ମାନପତ୍ର, ଉପହାର ମାଧ୍ୟମରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।  ଅଧ୍ୟାପକ ଭାନୁଚନ୍ଦ୍ର ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।