ବରୀରେ ଗାନ୍ଧିଙ୍କ ହରିଜନ ପଦଯାତ୍ରା ସ୍ମାରକୀ ପାଳନ

 ବରୀ : ଗୋପବନ୍ଧୁ-ରମାଦେବୀ ଆଶ୍ରମ ପକ୍ଷରୁ ହରିଜନ ପଦଯାତ୍ରାର ୯୧ତମ ସ୍ମୃତି ସ୍ମାରକୀ ପାଳିତ ହୋଇଯାଇଛି  । ଏହି ପଦଯାତ୍ରା ଆରଙ୍ଗାବାଦ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରୁ ବାହାରି ସେବାଘର, ବରୀ ବଜାର ଦେଇ ଆଶ୍ରମରେ ପହଞ୍ଚିଥିଲା  । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ ଏଥିରେ ଆଶ୍ରମ ସମ୍ପାଦକ ନିମାଇଁ ରାୟଙ୍କ ନେତୃତ୍ୱରେ ବରୀ ଅଞ୍ଚଳର ମହିଳା ଯୁବକ ବୁଦ୍ଧିଜୀବୀ କୃଷକ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ  । ଡ. ସୁବାଷ ଚନ୍ଦ୍ର ବିଶ୍ୱାଳ, ରମାକାନ୍ତ ମଣ୍ଡଳ, ଭାରତୀ ଘୋଷ, ସୀତାରାଣୀ ଦେଓ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ସାମଲ, କୃଷକ ନେତା ମାଧବ ଶାନ୍ତି, ବଲ୍ଲଭ ଜେନା, ସାମ୍ବାଦିକ ପଦ୍ମନାଭ ଜେନା, ପ୍ରଭାସ ଚନ୍ଦ୍ର ଦାସ,  କପିଲ ସାମଲ, ହରିଶ୍ଚନ୍ଦ୍ର ଦାସ ପ୍ରମୁଖ ସାମିଲ ହୋଇ ମହାତ୍ମା ଗାନ୍ଧୀ କି ଜୟ, ବନେ୍ଦ ମାତରମ୍ ଭଳି ସ୍ଲୋଗାନ ଦେଇଥିଲେ  । ଏହି ଅବସରରେ ଆଶ୍ରମଠାରେ ଏକ ଫଟୋ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା  । ଅତିଥିମାନେ ସେଠାରେ ଉପସ୍ଥିତ ହେବା ସହ ବକ୍ତବ୍ୟ ରଖିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତାରିଣୀ ସେନ ମଲିକ, କୁଳମଣି ଶୁକ୍ଳ, ହରିଶ୍ଚନ୍ଦ୍ର ଦାସ, କୁଷଧ୍ୱଜ ସାମଲ ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ  ।