କମୁଛି ଡାଇରିଆ; ନିରାକରଣ ଜାରି 

ଯାଜପୁର ଟାଉନ  : ଯାଜପୁର ଜିଲ୍ଲାରେ ଝାଡାବାନ୍ତି ତଥା ଡ଼ାଇରିଆ ଧିରେଧିରେ କମୁଛି । ଆଜି ଜିଲାର ବିଭିନ୍ନ ମେଡ଼ିକାଲରେ ୧୩୫ଜଣ ଚିକିସôିତ ହେଉଛନ୍ତି । ଶନିବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୧୧୨ଜଣ ନୂଆ ରୋଗୀ ଆଡମିଟ ହୋଇଥିବାବେଳେ ୯୬ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୧୬ ଜଣ ଅତ୍ୟଧିକ ପତଳା ଝାଡା ହେଉଥିବା ରୋଗୀ ଆଡମିଟ ହୋଇଛନ୍ତି । ୧୪ ଜଣ ରୋଗୀଙ୍କୁ ରେଫେର କରାଯାଇଛି ଏବଂ ୧୦୬ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଚିକିସôତ ହେଉଥିବା ରୋଗୀଙ୍କ ମଧ୍ୟରୁ୧୩୦ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୫ଜଣ ଅତ୍ୟଧିକ ପତଳା ଝାଡା ହେଉଥିବାର ସୂଚନା ମିଳିଛି । ଡ଼ାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ଜିଲ୍ଲାର ସରକାରୀ ବେସରକାରୀ ଟୁ୍ୟବ୍ ୱେଲ୍, କୂପ, ଓଭର ହେଡ଼ ଟ୍ୟାଙ୍କ ଗୁଡ଼ିକୁ ବିଶୋଧନ କରାଯିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ  ଝାଡାବାନ୍ତି ଓ ଡାଇରିଆ ପ୍ରତି ଜନସଚେତନତା ବ୍ୟାପକ କରାଯାଉଛି । ଖୋଲା କୂଅର ପାଣି ବ୍ୟବହାର ନକରିବା, ପାଣିକୁ ସିଧାସଳଖ ନପିଇ ଫୁଟାଇ ଛାଣି ପିଇବା, ବାହାର ଖାଦ୍ୟ ନଖାଇ ରନ୍ଧା ଯାଇଥିବା ଗରମ ଖାଦ୍ୟ ଖାଇବା, ଖୋଲା ସ୍ଥାନରେ ମଳ ତ୍ୟାଗ ନ କରି ସର୍ବଦା ଶୌଚାଳୟ ବ୍ୟବହାର କରିବା, ନିୟମିତ ସାବୁନ୍ରେ ହାତ ଧୋଇବା, ନିଜ ଘର ଓ ପରିବେଶକୁ ପରିଷ୍କାର ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ଘରେ ସାବୁନ ବଣ୍ଟନ ଚାଲୁରହିଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ  ପ୍ରତିଦିନ ଏହାର ତଦାରଖ କରାଯାଉଛି । କୌଣସି ପରିସ୍ଥିତି ରେ ନଦୀ ଜଳ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଗଭୀର ନଳକୂପ ଓ ପାଇପ ୱାଟର ସପ୍ଲାଇର ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ଟ୍ୟାଙ୍କର ଗୁଡିକରେ ପାଣି ଭର୍ତି ପୂର୍ବରୁ ଏହାକୁ ଭଲଭାବେ ପରିଷ୍କାର କରିବାକୁ ଜଳାଯୋଗାଣ ବିଭାଗକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।