ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ
ଭଦ୍ରକ: ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବରିଷ୍ଠ ନାଗରିକ ଏବଂ ସ୍ଥାନୀୟ ବାସୀନ୍ଦା ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ପୁନରୁଦ୍ଧାର ଏବଂ ଏହାର ସ୍ଥାନାନ୍ତରକୁ ବିରୋଧ କରାଯାଇଥିଲା । ଡ. ଦେବେନ୍ଦ୍ର ଦାସ ୨୬ ଡେସିମିଲ ଜମି କିଣି ତାଙ୍କ ବାପା ରାଘବାନନ୍ଦଙ୍କ ନାମରେ ଏକ ଆଖି ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ । ଡାକ୍ତରଖାନାକୁ ସମ୍ପୂର୍ଣ୍ଣ ବ୍ୟବହୃତ ହେଉଥିବା ଜିନିଶ ପତ୍ର ଜମି ସବୁକିଛି ଓଡିÿଶା ସରକାରଙ୍କ ନାମରେ ଚୁକ୍ତିନାମା କରି ଦାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତାଖ ଅହମଦ, ସିଡିଏମଓ ସେତେବେଳେ ରେଜିଷ୍ଟ୍ରେସନ କରିଦେଇଥିଲେ । ସେବେଠୁ ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ ଚାଲୁ ଅଛି । ତେବେ ଆଖପାଖ ଅଞ୍ଚଳର ଜିଲ୍ଲାର ଲୋକମାନେ ମଧ୍ୟ ଏଠାକୁ ଚିକିତ୍ସିତ ହେବାକୁ ଆସିଥାଆନ୍ତି । ତେବେ ସମୟକ୍ରମେ ନ୍ୟସ୍ତସ୍ୱାର୍ଥ ଲୋକଙ୍କ ପାଇଁ ଏହି ଚିକିତ୍ସାଳୟ ଆଜି ଅବହେଳିତ ଅବସ୍ଥାରେ ପଡି ରହିଛି । ୫ ବର୍ଷ ହେବା ଏଠାରେ ଅସ୍ତ୍ରପ୍ରଚାର ମଧ୍ୟ ହୋଇପାରୁ ନାହିଁ । ଏହି ଚିକିତ୍ସାଳୟକୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନାହିଁ । ଏବେ ୫ କିମି ଦୂର ଗେଲପୁର ନୂଆ ହସ୍ପିଟାଲ ପାଖକୁ ଉଠେଇ ନେବାକୁ ମସୁଧା କରାଯାଉଛି । ଯାହା ନେଇ ସହରବାସୀ ଆସନ୍ତୋଷ ପ୍ରକାଶ କରିଛନ୍ତି । ଏତେ ବାଟ ଯିବା ପାଇଁ ଦୂର ଦୁରାନ୍ତ ଲୋକ ବସୁ ଅସୁବିଧାର ସମ୍ମୁଖୀନ ହେବେ । ବରଂ ଏହି ଚିକିସôାଳୟରର ସମସ୍ତ ସୁବିଧା ଯୋଗାଇ ଦିଆଯାଇ କାର୍ଯ୍ୟକ୍ଷମ କରାଗଲେ ଲୋକେ ଉପକୃତ ହେବେ ବୋଲି ଦାବି କରାଯଇଛି । ଏହି ସାମ୍ବାଦିକା ସମ୍ମିଳନୀରେ ମାନସ ମହାନ୍ତି, ନବଘନ ଦାସ, ରବି ନାରାୟଣ ଖିଲାର, ବୈରାଗୀ ଚରଣ ଗାହାଣ, ଗୋପାଳ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀ ନିକଟକୁ ପ୍ରେରଣ କରାଯଇଛି ।