ମହିଳା କେନ୍ଦ୍ରକୁ ଗଲେ ଉଦ୍ଧାର ନାବାଳିକା

ବଡ଼ଚଣା : ବଡ଼ଚଣା ପୁଲିସ ଉଦ୍ଧାର କରିଥିବା ଦୁଇ ନାବାଳିକାକୁ ପରିବାର ଲୋକେ ନେବାକୁ ମନା କରିଦେବାରୁ ସେମାନଙ୍କୁ ଯାଜପୁର ସଷ୍ଟାଙ୍ଗ ମହିଳା କେନ୍ଦ୍ରକୁ ପଠାଇଛି । ନାବାଳିକା ରାମଚନ୍ଦ୍ରପୁର ଗ୍ରାମର ହୋଇଥିବା ବେଳେ ସେମାନେ ମାମୁଁ ଘରେ ରହି ପାଠ ପଢୁଥିଲେ । ହେଲେ ନାବାଳିକା ଦ୍ୱୟ ଅପହରଣ ହୋଇଥିବା ନେଇ ବଡ଼ଚଣା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଦୁଇ ଜଣଙ୍କୁ ଠାବ କରିବା ସହ ଅପହୃତାଙ୍କୁ ବାନ୍ଧି ଜେଲକୁ ପଠାଇ ଦେଇଥିଲା । ଅଭିଯୋଗ ଦେଇଥିବା ଦୁଇ ପରିବାରଙ୍କୁ ଡାକି ନାବାଳିକାଙ୍କୁ ହସ୍ତାନ୍ତର କରିବାକୁ  ଚାହିଁଥିଲେ ହେଁ ସେମାନେ ନେବାକୁ ମନା କରି ଦେଇଥିଲେ । ଫଳରେ ପୁଲିସ ହରଡ଼ଘଣାରେ ପଡ଼ିଥିଲା । ଶେଷରେ ଥାନା ଅଧିକାରୀ ମଧୁସ୍ମିତା ବେହେରା ନାବାଳିକା ଦ୍ୱୟଙ୍କୁ  ଯାଜପୁର ଜିଲ୍ଲା ସଷ୍ଟାଙ୍ଗ ମହିଳା କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ ।