ଜାତୀୟସ୍ତରୀୟ ଫୁଟବଲ ଖେଳିବେ ସ୍ୱାଗତମ

ରାଜକନିକା : ଫୁଟବଲର ଏନ୍ତୁଡ଼ିଶାଳ ଭାବେ ପରିଚିତ ରାଜକନିକା ମାଟିର ଆଉ ଜଣେ ସଫଳ ଯୁବ ଖେଳାଳି ଭାବେ ସ୍ୱାଗତମ ସାହୁ ଏବେ ଜାତୀୟ ଫୁଟବଲ ଦଳରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଏହି ଖବର ଜଣା ପଡିବା ପରେ ରାଜକନିକା ଅଞ୍ଚଳର ଫୁଟବଲରେ ରୁଚି ରଖୁଥିବା ପିଲାମାନଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଗଞ୍ଜା ଗ୍ରାମର ଫକୀର ଚରଣ ସାହୁଙ୍କ ନାତି ଓ ଶ୍ରୀନିବାସ ସାହୁଙ୍କ ଏକ ମାତ୍ର ପୁତ୍ର ସ୍ୱାଗତମ ୧୭ ବର୍ଷରୁ କମ ଓଡିଶା ଟିମର ମିଡ୍ ଫିଲଡର ଭାବେ ସ୍ଥାନ ପାଇ ପଞ୍ଜାବ ଗସ୍ତ କରିଛନ୍ତି । କନିକା ମାଟିର ସୁଯୋଗ୍ୟ କ୍ରୀଡ଼ାବିତ ତଥା ଅକ୍ସଫୋର୍ଡ ଇଂଲିଶ ମିଡିୟମ ସ୍କୁଲର କ୍ରୀଡା ଶିକ୍ଷକ ଶରତ ଜେନାଙ୍କ ଠାରୁ ପ୍ରଶିକ୍ଷଣ ନେଇ ନିଜକୁ ଜଣେ ଦକ୍ଷ ଖେଳାଳି ଭାବେ ପରିଚୟ ଦେଇଥିବା ସ୍ୱାଗତମଙ୍କୁ ଏବେ ରାଜକନିକା ଆଥେଲେଟିକ ଆସୋସିଏସନ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।