ଅନାସ୍ଥା ପାଇଁ କାଉଣ୍ଟଡାଉନ ଆରମ୍ଭ:   ୨ରେ ହେବ ସଙ୍ଗୀତାଙ୍କ ଭାଗ୍ୟ ପରୀକ୍ଷା 

ବ୍ୟାସନଗର: ବ୍ୟାସନଗର ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥାର କାଉଂଟଡ଼ାଉନ ଆରମ୍ଭ ହୋଇଯାଇଛି । ଜିଲାପାଳ କାର୍ଯ୍ୟାଳୟ ପକ୍ଷରୁ ପୈାରାଧ୍ୟକ୍ଷା ସଙ୍ଗୀତାଙ୍କ ବିରୁଦ୍ଧରେ ଉପାଧ୍ୟକ୍ଷ ସୁବାସ ବଳଙ୍କ ସମେତ ୧୧ଜଣ ପାରିଷଦ ଆଣିଥିବା ଅନାସ୍ଥାର ଭୋଟିଂ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ତାରିଖ ମତେ ଆସନ୍ତାମାସ ୨ତାରିଖ ବୁଧବାର ହେବ ପୌରାଧ୍ୟକ୍ଷା ସଙ୍ଗୀତା ତାଙ୍କ ଭାଗ୍ୟ ପରୀକ୍ଷା । ୧୪ଦିନ ପରେ ହେବାକୁ ଥିବା ଅନାସ୍ଥା ଭୋଟିଂ ନିମନ୍ତେ ଜିଲାପାଳ କାର୍ଯ୍ୟାଳୟ ଚିଠି ନଂ ୯୫/୧୩ା୩ା୨୫ରେ ପୈାରାଧ୍ୟକ୍ଷା, ଅତିରିକ୍ତ ଜିଲାପାଳ କଳିଙ୍ଗନଗର, ନିର୍ବାହୀ ଅଧିକାରୀ ବ୍ୟାସନଗର ଏବଂ ଅନାସ୍ଥା ଆଣିଥିବା ଉପାଧ୍ୟକ୍ଷ ଓ ପାରିଷଦଙ୍କୁ ଅବଗତ କରାଯାଇଛି । ୨ତାରିଖ ବୁଧବାର ପୈାର ଆଇନ ଅନୁସାରେ ପୈାର ସଭାଗୃହରେ ଏକ ବୈଠକ ଏବଂ ପରେ ଅନାସ୍ଥା ଭୋଟିଂ ହେବ । ସମସ୍ତ କାର୍ଯ୍ୟ ପାଇଁ ୨ଘଂଟା ସମୟ ନିଦ୍ଧାର୍ଯ୍ୟ କରାଯାଇଛି । ତାରିଖ ଧାର୍ଯ୍ୟ ହେବା ପରେ ଅନାସ୍ଥା ଆଣିଥିବା ପାରିଷଦ ଏବଂ ପୈାରାଧ୍ୟକ୍ଷା ମଧ୍ୟରେ ଛକା ପା‚ା ଆରମ୍ଭ ହୋଇଛି । ସଂଖ୍ୟାଧିକ ପାରିଷଦ ଅନାସ୍ଥାକୁ ସଫଳ କରିବାକୁ ପାଗ ଭିଡିଥିବା ବେଳେ ପୌରାଧ୍ୟକ୍ଷା ଭଣ୍ଡୁର କରିବାକୁ ଲାଗିପଡିଛନ୍ତି । ପୌରାଧ୍ୟକ୍ଷା ୯ଜଣ ପାରିଷଦଙ୍କୁ ନିଜ ପକ୍ଷରେ ରଖିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରି ଗୋଟି ଚଳାଇଛନ୍ତି । ସୂଚନା ଥାଉକି, ଅଧ୍ୟକ୍ଷାଙ୍କ ମନମାନି, ବିକାଶରେ ବାଧକ, ପାରିଷଦଙ୍କୁ ବିଶ୍ୱାସକୁ ନନେବା ଏବଂ ସର୍ବୋପରି କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଖାତିର ନକରିବା ଭଳି ଅଭିଯୋଗ ଆଣି ଉପନଗରପାଳ ସୁବାସ ବଳଙ୍କ ସହିତ ପାରିଷଦ ପାର୍ଥସାରଥୀ ନାୟକ, ବିଜୟ ଜେନା, ମୋନାଲିସା ସାହୁ, ସରିତା ଜେନା, ମଣିନ୍ଦ୍ର ସାହୁ, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ଉର୍ମିଳା ପରିଡ଼ା, ରଶ୍ମିତା ଖୁଂଟିଆ, ଅଶୋକ କୁମାର ରାଉତ୍, ସରୋଜୀନୀ ସେଠୀ ପ୍ରମୁଖ ପାରିଷଦ ଚଳିତମାସ ୬ତାରିଖରେ ଜିଲାପାଳ ପି.ଅନ୍ୱେଷା ରେଜଡ୍ଡୀଙ୍କ ନିକଟରେ ଅନାସ୍ଥା ଆଗତ କରିଥିଲେ । ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାର ପ୍ରଥମ ସୋପାନ ଚଳିତମାସ ୧୧ରେ ଆରମ୍ଭ ହୋଇଥିଲା । ଉକ୍ତ ତାରିଖରେ ପାରିଷଦଙ୍କ ଯାଞ୍ଚ ଏଡିଏମ କଳିଙ୍ଗନଗରଙ୍କ ଉପସ୍ଥିତରେ ସଂପର୍ଣ୍ଣ ହୋଇଥିଲା ।