ବିଭାଗ-ରାଜନେତାଙ୍କ କାଳକ୍ଷେପଣ ନୀତିର ବଡ଼ ନମୁନା ‘ଢିଅବାରିଙ୍ଗି ସେତୁ’ : ୭ବର୍ଷ ପରେ ବି ହୋଇପାରିଲାନି ବିରଜା କ୍ଷେତ୍ରରୁ ତୁଳସୀ କ୍ଷେତ୍ର ସଂଯୋଗୀକରଣ
ଯାଜପୁର : ସରକାରରେ ଥିବା ବେଳେ ଓଡ଼ିଶାକୁ ଏକ ନମ୍ବରରେ ପହଞ୍ଚାଇଥିବାର ଡିଡିମ୍ବ ପିଟୁଥିଲେ ବିଜେଡି ନେତା-ନେତ୍ରୀ । କିନ୍ତୁ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଜନସ୍ୱାର୍ଥ ସମ୍ଭଳିତ ପ୍ରକଳ୍ପ କିନ୍ତୁ ଅଧପନ୍ତରିଆ ହୋଇ ପଡ଼ିଛି । ଯାହା ବିଭାଗ ଏବଂ ରାଜନେତାଙ୍କ କାଳ କ୍ଷେପଣ ନୀତିର ବଡ଼ ଉଦାହରଣ ହେଉଛି ‘ଢିଅହାରିଙ୍ଗି ସେତୁ’ । ବିରଜା କ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ସଂଯୋଗ କରିବାକୁ ଢିଅବାରିଙ୍ଗି ସେତୁର ଶିଳାନ୍ୟାସ ୭ବର୍ଷ ତଳେ ପଡ଼ିଥିଲା । ୨୪ବର୍ଷର ବିଜେଡି ଶାସନ ଚାଲିଗଲା ସିନା ସେତୁ କିନ୍ତୁ ନିର୍ମାଣ ଶେଷ ହୋଇପାରିଲାନି । ୧୨ଲକ୍ଷ ଲୋକଙ୍କ ଆଶା ଆକାଂକ୍ଷା ଆଶାରେ ରହିଯାଇଛି । ଯାହାକୁ ନେଇ ଜନତାଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କି ମାରିଛି, ତାହା ହେଲା ସେତୁ ନିର୍ମାଣରେ ବାଧା ରହିଲା କେଉଁଠି? କେବଳ ସେତକ ନୁହେଁ ସେତୁ ନିର୍ମାଣ ଦାବିରେ ନିକଟରେ ଅଞ୍ଚଳବାସୀ ଆନେ୍ଦାଳନକୁ ବି ଓହ୍ଲାଇଥିଲେ । ଖବର ଥାଉକି ବିରଜା କ୍ଷେତ୍ରରୁ ତୁଳସୀ କ୍ଷେତ୍ର ସଂଯୋଗୀକରଣ ବରୀ ବିଞ୍ଝାରପୁର ମଧ୍ୟସ୍ତ ଢିଅବାରିଙ୍ଗି ସେତୁ ୨୦୧୭ ମସିହାରେ ଶୁଭ ଦିଆଯାଇଥିଲା । ଯାହା ପାଞ୍ଚବର୍ଷ ତଳୁ ଶେଷ ହେବା କଥା । ବିଜେଡ଼ି ସରକାରକୁ ବିଜେଡି ବିଧାୟକ । ଗୋଟେ ପଟେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଅନ୍ୟପଟେ ବିଧାୟକ ପ୍ରତାବ ଦେବ । ଉଭୟ ନେତା-ନେତ୍ରୀ ବିଜେଡିର ଥିଲେ ପାୱାର ଫୁଲ୍ । ସେତୁଟି ବିଞ୍ଝାରପୁରରୁ ଆଳିକୁ ସଂଯୋଗ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ସେତୁଟି ଉପରେ ନିର୍ଭର କରୁଛି ଯାଜପୁର ଏବଂ କେନ୍ଦ୍ରାପଡ଼ା ଭଳି ଦୁଇଟି ଜିଲ୍ଲାର ଯତାୟତ, ବ୍ୟବସାୟ ବାଣିଜ୍ୟ ଓ କୃଷି ଦ୍ରବ୍ୟର ଆମଦାନୀ ତଥା ରତ୍ପାନୀ । ପଢିହାରୀ କନଷ୍ଟ୍ରକସନ କାର୍ଯ୍ୟ ହାତେଇବା ପରେ ଆଶା କରାଯାଉଥିଲା ନିର୍ଦ୍ଧାରିତ ସମୟରେ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବ । ଦୁଇ ଜିଲ୍ଲାର ୧୨ଲକ୍ଷ ଲୋକଙ୍କ ଆଶା ପୂରଣ ହେବ । ହେଲେ ଆଜି ସେତୁ ଅଧପନ୍ତରିଆ ଅବସ୍ଥାରେ ରହିଛି । ସ୍ଥାନୀୟ ଲୋକଙ୍କ କହିବା କଥା ଦେବାଶିଷ ନାୟକ ବରୀର ବିଧାୟକ ଥିଲା ବେଳେ, ବିଞ୍ଝାରପୁରର ଜଗନ୍ନାଥପୁରଠାରୁ କାଇପଡା ପର୍ଯ୍ୟନ୍ତ ଏକ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମଝିରେ ସେତୁଟି ନିର୍ମାଣ କରାଯାଇଥିଲେ ୫ବର୍ଷ ହେବ ବିରଜାକ୍ଷେତ୍ରରୁ ତୁଳସୀକ୍ଷେତ୍ର ପର୍ଯ୍ୟନ୍ତ ସଂଯୋଗୀକରଣ ହୋଇ ସାରନ୍ତାଣି । ନିର୍ମାଣ ମନ୍ଥରତାକୁ ନେଇ ଠିକାସଂସ୍ଥାକୁ ଦାୟୀ କରାଯାଉଥିବା ବେଳେ ବରୀ, ବିଞ୍ଝାରପୁର, ଆଳି ବିଧାୟକ କଣ ଏଥିପାଇଁ ଦାୟୀ ନୁହଁନ୍ତି । ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବା କ’ଣ ବିଜେଡି ସରକାରଙ୍କ ଦାୟିତ୍ୱ ନଥିଲା କି? ଏବେ ଲୋକ ମାନଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଙ୍କି ମାରୁଛି, ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି ଯେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ପ୍ରମିଳା ମଲ୍ଲିକ କିମ୍ବା ପ୍ରତାପ ଦେଓ ଟାଣୁଆ ନେତାନେତା ଥିଲେ । ଢିଅବାରିଙ୍ଗି ଥିଲା ସୁନନ୍ଦା ଦାସଙ୍କ ଗାଁ । ସରକାର ଥିଲା ବିଜେଡିର । ସେତୁଟିର ପୂର୍ଣ୍ଣାଙ୍ଗତା ପାଇଁ ସୁଯୋଗ ଥିଲା ବେଳେ ଦୀର୍ଘ ୭ ବର୍ଷ ହେଲା ତାହା ପୁର୍ଣ୍ଣାଙ୍ଗହୋଇ ପାରିଲା ନାହିଁ । ଏଥିପାଇଁ ସତରେ କଣ ରାଜନୈ÷ତିକ ସଦ୍ଧିଚ୍ଛା ଆସିଲା ନାହିଁ । ଏବେ ଠିକାଦାର ଆପ୍ରୋଚ ରୋଡ ପାଇଁ ଜମି ଅଧିଗ୍ରହଣ ହୋଇ ନଥିବା ପ୍ରକାଶ କରୁଛନ୍ତି । ସତରେ କଣ ସେଇଥି ପାଇଁ କାମ ଅଟକିଛି । ବରୀର ପ୍ରାକ୍ତନ ବିଧାୟିକା ଚାହିଁଥିଲେ ନିଜ ଗାଁ ଲୋକଙ୍କୁ ବୁଝାଇ ଜମି ଅଧିଗ୍ରହଣ କରାଇ ଦେଇ ଥାଆନ୍ତେ । ତାହା କଲେ ନାହିଁ କାହିଁକି । ଆଳିର ତୁଙ୍ଗ ନେତା ପ୍ରତାପ ଦେବ ଚାହିଁ ଥିଲେ ଏହି ସମସ୍ୟା ଗୋଟିଏ ଦିନରେ ହୋଇପାରି ଥାଆନ୍ତା । ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ସରକାରୀସ୍ତରରେ ପ୍ରଶାସନ ଦ୍ୱାରା ଏହାର ସମାଧାନ କରି ପାରି ଥାଆନ୍ତା ହେଲେ କେହି କିଛି କଲେନି । ଏବେ ଜନସାଧାରଣ ଯାତାୟତରେ ସମସ୍ୟାର ସମ୍ମୁଖିନ ହୋଇ ବିକ୍ଷୋଭ, ଆନେ୍ଦାଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଅଧପନ୍ତରିଆ ହୋଇ ରହିଥିବାରୁ ଏହାର ପୁର୍ଣ୍ଣାଙ୍ଗ ନିର୍ମାଣ ନିମନ୍ତେ ଦାବୀ କରାଯାଇ ବରୀ, ବିଞ୍ଝାରପୁରର ବୁଦ୍ଧିଜୀବି, ନାଗରୀକ ଏକତ୍ରୀତ ହୋଇ ଆନେ୍ଦାଳନ କରିଥିଲେ । ପୂର୍ବତନ ସରପଞ୍ଚ ଅଟଳବିହାରୀ ନାୟକଙ୍କ ନେତୃତ୍ୱରେ ସାମୂହିକ ଦାବୀ ଉପସ୍ଥାପନ କରଯାଇଥିଲା । ଢିଅ ବାରିଙ୍ଗିଠାରେ ଅଧପନ୍ତରିଆ ସେତୁ ନିକଟରେ ଉଭୟ ପାଶ୍ୱର୍ର ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ୟାମେଶ୍ୱର ମହାଦେବଙ୍କ ନିକଟରେ ଅଟଳବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଥିଲା କି ସେତୁ ନିର୍ମାଣ ନିମନ୍ତେ ପ୍ରଥମେ ୧୮କୋଟି ଟଙ୍କା ଚୁକ୍ତି ହୋଇଥିବା ବେଳେ ଏବେ ତାହା ୫୮କୋଟିରେ ପହଁଚିଲାଣି । ତଥାପି କାର୍ଯ୍ୟ ଶେଷ ହେଉନାହିଁ । ଖୁବଶୀଘ୍ର ଏହାକୁ ଶେଷ କରା ନଗଲେରାଜରାସ୍ତାକୁ ଓହ୍ଲାଇବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏଠାରେ ଆନେ୍ଦାଳନ କରିବେ । ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ସାମଲ ଗୃହ ରାସ୍ତା ନିର୍ମାଣ ନିର୍ବାହୀ ଅଧିକାରୀଙ୍କ ଦାୟୀ କରି ଖୁବ କଢା ଚେତାବନୀ ଶୁଣାଇଥିଲେ । ଶିକ୍ଷାବିତ ଗୋପୀନାଥ ଦାଶ, ଆଡଭୋକେଟ ଆନନ୍ଦ ଚନ୍ଦ୍ର ସାମଲ, ଉନ୍ନୟନ କମିଟିର ସମ୍ପାଦକ ଗୋବିନ୍ଦ ସମଲ, ସଭାପତି ନରହରି ସାମଲ ସେତୁଟିର ନିର୍ମାଣକୁ ବିଳମ୍ବ କରା ନଯାଇ ଖୁବ ଶୀଘ୍ର ଏହାର ଆପ୍ରୋଚ ରୋଡ ନିର୍ମାଣ କରା ନଗଲେ ବିଭିନ୍ନ କମିଟି ପକ୍ଷରୁ ଦୀର୍ଘ ଦିନ ଧରି ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ସେହିଭଳି ସୁପ୍ରସିଦ୍ଧ ଶ୍ୟାମେଶ୍ୱର ପୀଠରେ ସଭା ଗୃହଟି ଅଧପନ୍ତରିଆ ଅବସ୍ଥାରେ ରହିଛି । ଲୋକଙ୍କ ଦାନରେ ନିର୍ମିତ ଭାରତ ମାତା ପ୍ରତିମୂର୍ତ୍ତିଟି ଖୋଲା ଅବସ୍ଥାରେ ପଡିଛି । ଛାତଟିଏ ପଡିବା ପାଇଁ ଜନପ୍ରତିନିଧି ସହାୟତା ଯୋଗାଇ ଦେଲେନି । ବିଜେଡି ସରକାର ଓଡିଶାକୁ ଏକ ନମ୍ବରରେ ପହଁଚାଇଥିବାର ଡିଡିମ୍ବ ପିଟୁଥିବା ବେଳେ ଏହା ତାହାର ନଗ୍ନ ଉଦାହରଣ ପାଲଟିଛି ।