ପ୍ରଥମ ମହିଳା ଜିଲାପାଳ ହେଲେ ପି.ଅନ୍ୱେଷା ରେଡ୍ଡୀ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ସୋମବାର ଯାଜପୁର ଜିଲାର ପ୍ରଥମ ମହିଳା ଜିଲାପାଳ ଭାବେ ପି.ଅନ୍ୱେଷା ରେଡ୍ଡୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଗତ ୬ ମାସ ମଧ୍ୟରେ ୩ଜଣ ଜିଲାପାଳ ବଦଳି ହୋଇଥିବା ବେଳେ ରାଜ୍ୟ ସରକାର ପି.ଅନ୍ୱେଷା ରେଡ୍ଡୀଙ୍କୁ ଜିଲାପାଳ ଭାବେ ଦାୟୀତ୍ୱ ପ୍ରଦାନ କରିଥିଲେ । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ପୂର୍ବତନ ଜିଲାପାଳ ନିଖିଲ ପୱନ କଲ୍ୟାଣଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଜିଲା କାର୍ଯ୍ୟାଳୟ ଷ୍ଟାଫ୍ କମିଟି ସଭାପତି, ସଂପାଦକ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ସମସ୍ତେ ନୂତନ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ପି.ଅନ୍ୱେଷା ରେଡ୍ଡୀଙ୍କୁ ସ୍ୱାଗତ ଜଣାଇବା ସହ ପୂର୍ବତନ ଜିଲାପାଳ ନିଖିଲ ପୱନ କଲ୍ୟାଣଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପୂର୍ବରୁ ପି.ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲାରେ ଜିଲାପାଳ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି । ସୋମବାର କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ତଥା ଅଗ୍ରଗତି ସଂପର୍କରେ ପଚାରି ବୁଝିବା ସହ ସରକାରୀ ନିୟମ ଅନୁସାରେ ସମସ୍ତ କାର୍ଯ୍ୟକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ନୂତନ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ (ପ୍ରଶାସନ) ନବକି୍ରଷ୍ଣା ଜେନା, ମୁଖ୍ୟଉନ୍ନୟନ ଅଧିକାରୀ ଡିଆରଡିଏ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଅଂଶୁମାନ ଶତପଥି, ଡେପୁଟୀ କଲେକ୍ଟର ସୋନମ୍ ଦାସ, ଶାସ୍ୱତୀ ଶାଡୁଆଳ, ଜିଲାପାଳଙ୍କ ସ୍ୱତସ୍ତ୍ର ଅଧିକାରୀ କୁଳମଣୀ ନାୟକଙ୍କ ସମେତ ବହୁ ଅଧିକାରୀ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ ।