ଅନୁଗୁଳରେ ପବିତ୍ରମୋହନ ଭେଷଜ ମହାବିଦ୍ୟାଳୟର ସାଇନବୋର୍ଡ
ତାଳଚେର : ତାଳଚେର ପବିତ୍ରମୋହନ ପ୍ରଧାନ ଭେଷଜ ମହାବିଦ୍ୟାଳୟ ଏବଂ ଚିକିସôାଳୟ ବୋର୍ଡ଼ ଅନୁଗୋଳ ମୁ୍ୟନିସପାଲିଟି ମାଛ ମାର୍କେଟ ପାଖରେ ଥିବା ଏକ ନୂତନକୋଠାରେ ଲାଗିଥିବା ତାଳଚେରବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏହାକୁ ନେଇ ତାଳଚେର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହାକୁ ଘୋର ନିନ୍ଦାମଧ୍ୟ କରାଯାଇଛି । ଘଟଣାରୁ ପ୍ରକାଶ ତାଳଚେର ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଧୂଳିଧୂଆଁକୁ ନଜରରେ ରଖି ଏଠିକାର ଅଞ୍ଚଳବାସୀ ବହୁ ମାରାତ୍ମକ ରୋଗରେ ପୀଡିତ ହେଉଥିବା ବେଳେ ମେଡିକାଲ କଲେଜ ନିର୍ମାଣ କରିବାକୁ ଦାବି କରିଆସୁଥିଲେ । ଫଳରେ ଏମସିଏଲ ପକ୍ଷରୁ ପ୍ରାୟ ୫ଶହ କୋଟି ଖର୍ଚ୍ଚ କରାଯାଇ ତାଳଚେର ଜଗନ୍ନାଥ ଜିଏମ କାର୍ଯ୍ୟାଳୟ ସମ୍ମୁଖରେ ପବିତ୍ରମୋହନ ପ୍ରଧାନ ଭେଷଜ ମହାବିଦ୍ୟାଳୟ ଏବଂ ଚିକସôାଳୟ ନିମନ୍ତେ ସମସ୍ତ ପ୍ରକାର କୋଠରୀ ସହିତ ଆସବାବ ପତ୍ର ମଧ୍ୟ ଖଞ୍ଜାଗଲା । ପରିତାପର ବିଷୟ ୪ବର୍ଷ ପୂର୍ବରୁ ଏହି କୋଠରୀ ଗୁଡିକ ନିର୍ମାଣ ସରିଯାଇଥିଲେ ମଧ୍ୟ ଏଠାରେ ସେହିଭଳି କିଛି କାର୍ଯ୍ୟକ୍ରମ ନହେବାରୁ ଏଗୁଡିକ ଭୂତକୋଠିରେ ପରିଣତ ହେବାକୁ ଯାଉଛି । ସେହି ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲାମନ୍ତ୍ରୀ ପିୟୁଷ ଗୋଏଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ପୂବତନ ସାଂସଦ ତଥାଗତ ଶତପଥୀ, ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ କରାଯାଇଥିଲା । ଏହାପରେ କିଛି ନହେବାରୁ ଅଞ୍ଚଳବାସୀ, ଜନବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ବ ଓ ବିଭିନ୍ନ ସଂଗଠନ ବାରମ୍ବାର ମେଡିକାଲ କଲେଜ ଖୋଲିବାନେଇ ଆନେ୍ଦାଳନ କରିବା ଯୋଗୁଁ ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ଖୋଲିବାକୁ ନେଇ ଘୋଷଣା କରିଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଳଚେର ମେଡିକାଲ କଲେଜ କରିବାକୁ ଘୋଷଣା କରିଥିଲେ ମଧ୍ୟ ଆଜି ଅନୁଗୋଳରେ ଉକ୍ତ ସାଇନ୍ବୋର୍ଡ଼କୁ ଦେଖି ତାଳଚେର ଅଞ୍ଚଳବାସୀ ହତବାକ ହୋଇ ପଡିଛନ୍ତି ।