ପଠାଣି ସାମନ୍ତ ଗଣିତ ମେଧାବୃତ୍ତିରେ ଦୁଇ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଯାଜପୁର: ଶଙ୍ଖଚିଲା ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରଛାତ୍ରୀ ପଠାଣି ସାମନ୍ତ ଗଣିତ ମେଧାବୃତିରେ କୃତିତ୍ୱ ଅର୍ଜନ କରିଛନ୍ତି । ମେଧାବୃତି ପରୀକ୍ଷା ନବମ ଷ୍ଟେଜ୍-୨ର ପରୀକ୍ଷାର୍ଥô ମୃତୁ୍ୟଂଜୟ ସାହୁ କୋରେଇ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ଷ୍ଟେଜ୍- ୧ଷଷ୍ଠ ଶ୍ରେଣୀର ଛାତ୍ରୀ ତଥା ନିରଞ୍ଜନ ମହାକୁଡ଼ ଓ ମାତା ଉମା ରାଣୀ ମହାକୁଡ଼ଙ୍କ ଝିଅ କୁମାରୀ ସଂଚିରିତା ବ୍ଲକରେ ପଂଚମ ସ୍ଥାନ ହାସଲ କରି ଅଂଚଳ ପାଇଁ ଗୌରବ ଆଣି ବିଦ୍ୟାଳୟର ଗାରିମାକୁ ଦ୍ୱିଗୁଣିତ କରିଛନ୍ତି । ଏଠାରେ ସୂଚନା ଥାଉ କି ପୂର୍ବରୁ ମହେନ୍ଦ୍ର କୁମାର ସାହୁ ଓ ମାତା କମଳା ସାହୁଙ୍କ ପୁଅ ଶ୍ରୀମାନ ସାହୁ ଷଷ୍ଠରେ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିବା ସହ ରାଜ୍ୟ ସ୍ତରୀୟ ମେଧାବୀ ବିଦ୍ୟାର୍ଥି ପୁରସ୍କାରରେ ଯାଜପୁର ଜିଲାରୁ ଦଶମ ପରୀକ୍ଷାରେ ସେକେଣ୍ଡ ହାଏଷ୍ଟ ନମ୍ବର ରଖି ମୁଖ୍ୟମନ୍ତ୍ରୀ ଦ୍ୱାରା ଲୋକ ସେବା ଭବନରୁ ପୁରସ୍କୃତ ହୋଇଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ତାଙ୍କ ପିତା ମାତା ଉଭୟ ଛାତ୍ରଛାତ୍ରୀ ଏହାର ଶ୍ରେୟ ଦେଇଥିଲା ବେଳେ ଶ୍ରୀ ସାହୁ ଭବିଷ୍ୟତରେ ଆଇଆଇଟିରେ ଇଞ୍ଜିନିୟରିଂ ପାଠ ପଢିବା ଏବଂ କୁମାରୀ ସଂଚିରିତା ମହାକୁଡ଼ ପେଶାରେ ଜଣେ ଡାକ୍ତର ହୋଇ ସମାଜର ଗରିବ ଗୁରୁବା ଲୋକଙ୍କ ସେବା କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ତାଙ୍କର ଏହି ଲଗାତର ବୈପ୍ଳବିକ ସଫଳତା ପାଇଁ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି ।