ଅନୈତିକ କାର୍ଯ୍ୟରେ ଲିପ୍ତ ପଞ୍ଚାୟତ କାର୍ଯ୍ୟାଳୟ

 ଟାଙ୍ଗୀ ଚୌଦ୍ୱାର : ମହିସାଲଣ୍ଡା ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଚାଲିଛି ମନମାନି । ସରକାର ପରିବର୍ତ୍ତନ ହୋଇଛି ସତ, କିନ୍ତୁ  ଏବେବି ଚାଲିଛି ଏକଛତ୍ରବାଦି ଶାସନ । ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଞ୍ଚାୟତବାସୀ । ପଞ୍ଚାୟତ କାର୍ଯ୍ୟାଳୟକୁ ନିଜର ପୌତ୍ରିକ ସମ୍ପତି ଭାବି ସରପଞ୍ଚଙ୍କ ସ୍ୱାମୀ କରୁଛନ୍ତି ଅନୈତିକ କାର୍ଯ୍ୟ । ଏଭଳିକି ନିଶା ସେବନର ଆଡ୍ଡା ସ୍ଥଳୀ ପାଲଟିଛି ମହିସାଲଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ । ପଞ୍ଚାୟତ ପରିସରରେ ମଦ ବୋତଲ ସାଙ୍ଗକୁ ଗଞ୍ଜେଇଗଛ ଲାଗିଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ମିଶନ ଶକ୍ତି ଗୃହ ସମ୍ପୂର୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଗୃହକୁ ହସ୍ତାନ୍ତର କରାଯାଇ ନାହିଁ  । ଏଭଳିକି ଭଡ଼ା ସୂତ୍ରରେ ପଞ୍ଚାୟତ କାର୍ଯ୍ୟାଳୟକୁ ମହିଳାଙ୍କୁ ଦିଆଯାଇଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ସ୍ୱାମୀ ପଞ୍ଚାୟତ କାର୍ଯ୍ୟାଳୟରେ ଠିକାଦାରଙ୍କ ପାଇପ୍ ରଖି ମାସିକ ଚାନ୍ଦା ନେଉଛନ୍ତି । ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତରେ ସରପଞ୍ଚଙ୍କ ସ୍ୱାମୀ ଲୋକଙ୍କୁ ଭତା ବାଣ୍ଟିବା ଅଭିଯୋଗ ହୋଇଛି । ଏ ନେଇ ବାରମ୍ବାର ବ୍ଲକ କର୍ତ୍ତୃପକଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ପଞ୍ଚାୟତର  ୭ ଏକର ଜାଗାକୁ ହଡପ ହୋଇଥିବାବେଳେ, କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ । ସମସ୍ତ ଦୁର୍ନୀତି ଗଣମାଧ୍ୟମ ସମ୍ମୁଖରେ ବଖାଣି ଥିଲେ । ଦୁର୍ନୀତି ବିରୁଦ୍ଧରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ନ ରଖି ନିରବ ରହିଥିଲେ । ଆଗାମୀ ଦିନରେ ଯଦି ଏହାର ସମାଧାନ ନ ହୁଏ ତେବେ ପଞ୍ଚାୟତବାସୀ ବ୍ଲକ ଅଧିକାରୀ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ପ୍ରଶାନ୍ତ ବେହେରା, ଯଶବନ୍ତ ରାଉତ, ମିଲୁ ପ୍ରଧାନ, ପବିତ୍ର ସ୍ୱାଇଁ, ବିଜୁଳି ସ୍ୱାଇଁ, ପପୁ ରାଉତ ଉପସ୍ଥିତ ଥିଲେ ।