ସ୍ନାନଯାତ୍ରା ପାଇଁ ମକ୍ଡ୍ରିଲ
ପୁରୀ : ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସଂପନ୍ନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ କିଭଳି ରକ୍ଷା କରାଯାଇ କାର୍ଯ୍ୟ କରାଯିବ ତାହାକୁ ନେଇ ଏକ ମକ୍ଡ଼ି୍ରଲ୍ ଅନୁଷ୍ଠିତ ହୋଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ଆହୁତ ବୈଠକ ଟାଉନଥାନା ପରିସରର ଇଣ୍ଟିଗ୍ରେଟେଡ଼ କଣ୍ଟ୍ରୋଲ ରୁମ୍ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା କହିଥିଲେ ଯେ ସ୍ନାନଯାତ୍ରାରେ ପୂର୍ବବର୍ଷ ତୁଳନାରେ ଅଧିକ ଜନସମାଗମ ହେବାର ଆଶା କରାଯାଉଛି । ସମସ୍ତଙ୍କୁ ଆଗନ୍ତୁକ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ୍ ଭାବେ ପରିଚାଳନା କରୁଛନ୍ତି ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକ୍ଡ଼ି୍ରଲର ପରିକଳ୍ପନା କରାଯାଇଛି । ଏହା ଦ୍ୱାରା ଆମେ ସମସ୍ତେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିପାରିବା ବୋଲି ସେ କହିଥିଲେ । ସମସ୍ତ ବିଭାଗର ତାଙ୍କର ଦାୟିତ୍ୱକୁ ବିଝିବା ସହ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି କିଭଳି କାର୍ଯ୍ୟ କରିବେ ସେଥିପାଇଁ ମକ୍ଡ଼୍ରିଲ ବେଶ୍ ସହାୟକ ହେବ ବୋଲି ସେ ସୂଚନା ଦେଇଥିଲେ । ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଉପଜିଲ୍ଳାପାଳ ରାଜକିଶୋର ଜେନା, ପୋଲିସ ବିଭାଗର ଅଧୀକାରୀମାନେ, ସିଡିଏମ୍ଓ ଡ. ବିନୋଦ ରଥଙ୍କ ସମେତ ମୁଣ୍ଡଳି ଏନ୍ଡିଆର୍ଏଫ୍ ଥାର୍ଡ ବାଟାଲିୟାନର କର୍ମକତ୍ତା, ଓଡ଼୍ରାଫ୍, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକତ୍ତାମାନେ ମକ୍ଡ଼ି୍ରଲ ପରିଚାଳନା କରିଥିଲେ । ବୈଠକ ପରେ ସିଂହଦ୍ୱାର ସମ୍ମୁଖରେ ସ୍ନାନଯାତ୍ରା ସମୟରେ କୌଣସି ଘଟଣା ବା ଦୁର୍ଘଟଣା ଘଟିଲେ କିଭଳି ତାର ସଫଳ ମୁକାବିଲା କରାଯାଇପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସମସ୍ତଙ୍କୁ ସଚେତନ କରାଯାଇଥିଲା ।