ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

 ଦଶରଥପୁର : ଦଶରଥପୁର ବ୍ଲକ୍ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ବ୍ଲକ୍ ପରିସରରେ ଆୟେଜିତ ଉତ୍ସବରେ ଯାଜପୁର ବିଧାୟିକା ସୁଜାତା ସାହୁ, ପଂଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ବିଡ଼ିଓ ଆକାଶ ପଟ୍ଟନାୟକ ପ୍ରମୁଖ ୬୦୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ୍ର ବିଭିନ୍ନ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, ସମିତିସଭ୍ୟ ପ୍ରମୁଖ ଯୋଗଦେଇଥିବାବେଳେ ବ୍ଲକ୍ର ଏବିଡ଼ିଓ ତ୍ରିଲୋଚନ ସେଠୀ, ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଜେନା, ଜନକଲ୍ୟାଣ ମଙ୍ଗଳ ଅଧିକାରୀ ସ୍ୱାଧୀନ କ୍ରୀଷ୍ଣାବାଳା, ଓଡ଼ିଶା ଜୀବିକା ମିଶନର ରଶ୍ମିତା ପ୍ରଧାନ, ରତିକାନ୍ତ ଖଣ୍ଡାଇ ପ୍ରମୁଖ ସହଯୋଗ କରିଥିଲେ ।