ଅନ୍ତ୍ୟୋଦୟ ଗୃହ ଯୋଜନାରୁ ବଞ୍ଚôତ ରୋନକ
ରଗଡି : ଦିବ୍ୟାଙ୍ଗଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ହେଲେ କୋରେଇ ବ୍ଲକ ତାରାକୋଟ ପଞ୍ଚାୟତ ସାନ୍ତସାହିର ରୋନକ ଅଲ୍ଲୀ ଶତପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଗୃହ ପାଇବାରୁ ବଞ୍ଚôତ ରହିଛନ୍ତି । ପୂର୍ବ ସରକାର ସମୟରେ ନା ତାଙ୍କୁ ଘର ଖଣ୍ଡେ ମିଳିପାରିଲା ନା ବର୍ତମାନ ଡବଲ ଇଞ୍ଜିନ ସରକାରରେ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିଲା । ଏଥିରୁ ସରକାରଙ୍କ ଗୃହ ଯୋଜନା କେତେ ସ୍ୱଚ୍ଛ ଓ ଘୋଷଣା ଅନୁଯାୟୀ ହିତାଧିକାରୀ କେମିତି ଚୟନ କରାଯାଉଛି ତା ରୋନକଙ୍କ ଠାରୁ ବୁଝାପଡେ ବୋଲି କଂଗ୍ରେସ ବରିଷ୍ଠ ନେତା ହରେକୃଷ୍ଣ ସାହୁ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ପୂର୍ବ ବିଜେଡି ସରକାର ସମୟରେ ଦିଆଯାଉଥିବା ବିଜୁ ପକ୍କା ଘର ମଧ୍ୟ ଦଳୀୟ ଭିତିରେ ଦିଆ ଯାଇଥିବା ବେଳେ, ଏବେ ମଧ୍ୟ ସମାନ ସ୍ଥିତି । ରୋନକ ରୋଗରେ ପୀଡିତ ଥିବା ବେଳେ ଚଳପ୍ରଚଳ ହୁଇଲ ଚେୟାରଟି ତାଙ୍କର ଭରସା । ଅନ୍ତ୍ୟୋଦୟ ଗୃହ ଯୋଜନାରୁ ବଞ୍ଚôତ ହୋଇଥିବା ଭିନ୍ନକ୍ଷମ ରୋନକଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ ଶ୍ରୀ ସାହୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।