ଡ.ରାଜ କିଶୋର ପାଢୀଙ୍କୁ କେନ୍ଦ୍ରୀୟ ବାଲ ସାହିତ୍ୟ ପୁରସ୍କାର
ଧର୍ମଶାଳା : ଅଞ୍ଚଳର ବିଶିଷ୍ଟ ଶିଶୁ ସହିତି୍ୟକ ରାଜ କିଶୋର ପାଢୀ ପାଇବେ ମର୍ଯ୍ୟାଦାଜନକ କେନ୍ଦ୍ରିୟ ବାଲ ସାହିତ୍ୟ ପୁରସ୍କାର । ଡ. ପାଢୀଙ୍କ ଦ୍ୱାରା ରାଚିତ କବିତା ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଏହି ମାର୍ଯ୍ୟାଦାଜନକ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି । ଶ୍ରୀ ପାଢୀ ୧୯୪୨ ମସିହା ମାର୍ଚ୍ଚ ମାସରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିତା ସ୍ୱର୍ଗତ ଗଙ୍ଗାଧର ପାଢୀ ଓ ମାତା ସୁଭଦ୍ରା ପାଢୀଙ୍କ ପୁତ୍ର ରାଜକିଶୋର ଜଣେ କୃତି ଶିକ୍ଷକ ଭାବରେ ରାଜ୍ୟପାଳ ପୁରସ୍କାର ପାଇବା ସହ ୨୦୧୧ ମସିହାରେ ଶିଶୁ କାହାଣୀ ପୁସ୍ତକ କଥା କଳସ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ଶ୍ରୀ ପାଢୀ ଏଯାବତ ୮୦ଟି ପୁସ୍ତକ ରଚନା କରିଥିବା ବେଳେ ବିଭିନ୍ନ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ଏହି ପୁରସ୍କାର ପାଇଁ ମାନୋନୀତ ହୋଇଥିବାରୁ ଧର୍ମଶାଳା ଅଂଚଳର ସାହିତି୍ୟକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏଥିଲାଗି ଡ. ପାଢୀଙ୍କୁ କବି ପ୍ରଶାନ୍ତ ସ୍ୱାଇଁ, ରମାକାନ୍ତ ଜେନା, ବିମଳ ପତି, ଅଖିଳ କୁମାର ସ୍ୱାଇଁ, ବିଜୟ ଦେବତା, କାହ୍ନୁଚରଣ ଦାଶ, ସଂଗ୍ରମ ଜେନା, ବିଜୟ ନାୟକ, ଗୋଲକ ଚନ୍ଦ୍ର ପଲେଇ, ସାମ୍ବାଦିକ ଇନ୍ଦ୍ରମଣି ନାୟକ, ବିବେକ ରାୟ, କବୟିତ୍ରୀ ଡ.ଇନ୍ଦୁପ୍ରଭା ସାମଲ, ଯୁଧୀଷ୍ଠିର ସ୍ୱାଇଁ, ବେଣୁଧର ନାୟକ, ପ୍ରେମଲତା ମହାରଣା, ନୃସିଂହ ଚରଣ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।