ଚୋରା ବାଲି ଖାଦାନ ଉପରେ ଚଢ଼ଉ : ୨ ଗିରଫ, ଟ୍ରକ୍ ଜବତ
ନୀଳଗିରି: ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଓ ଆଇଆଇସି ଗୋବର୍ଦ୍ଧନ ନାୟକ ସୋନ ନଦୀରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଥିବାର ଖବର ପାଇ ପୁନ୍ଦାଳ, ବାଲିପାଳ, କାଂଶ, ପ୍ରତାପପୁର, ଅମ୍ବିକାପୁର ଆଦି ସ୍ଥାନମାନଙ୍କରେ ଅଚାନକ ମିଳିତ ଚଢ଼ାଉ କରିଥିଲେ । ଓଡ଼ି ଠ୧ବି ଏ ୬୨୬୩ ନମ୍ବର ବିଶିଷ୍ଟ ବାଲି ବୋଝେଇ ଟ୍ରକକୁ ପୁନ୍ଦାଳ ଠାରେ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛନ୍ତି । ସେହିପରି ଅମ୍ବିକାପୁର ବାଲି ଖାଦାନର ନଦୀ ମଝିରେ ପ୍ରକଲିନ ଦ୍ୱାରା ବାଲି ବନ୍ଧ ବାନ୍ଧି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିଲାବେଳେ ଉକ୍ତ ପ୍ରକଲିନକୁ ଜବତ କରିବା ସହ ଅପରେଟରକୁ ଗିରଫ କରିଛନ୍ତି । ପ୍ରକଲିନଟି ପାଖପାଖି ୧୪ ଟନ୍ର ହୋଇଥିବା ବେଳେ ଆଣିବା ସହଜ ହୋଇ ପାରିନଥିଲା । ଉକ୍ତ ପ୍ରକଲିନକୁ ସେହି ସ୍ଥାନରେ ପୁଲିସ ଜଗିଥିବାବେଳେ ଆସନ୍ତାକାଲି ଚେନ୍ ପୁଲି ମାଧ୍ୟମରେ ବାଲି ଖାଦନରୁ ଥାନାକୁ ଅଣାଯିବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି । ତତ୍ସହିତ ଉକ୍ତ ପ୍ରକଲିନର ମାଲିକଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି । ମାତ୍ର ନିଲାମଧାରୀ କମଳାକାନ୍ତ ପାତ୍ରଙ୍କୁ ପଚାରିବାରୁ ଯେହେତୁ ଆମେ ଟଙ୍କା ପୈଠ କରି ଉକ୍ତ ବାଲି ଖାଦାନ ନେଇଛୁ । ସରକାରଙ୍କ ନୀତି ନିୟମ ଅନୁଯାୟୀ ଆସନ୍ତା ସାତଦିନ ମଧ୍ୟରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତ ହେବା ପରେ ମାଇନ୍ସ ଅଧିକାରିଣୀ ବାଲି ଉତ୍ତୋଳନ ପାଇଁ ଅନୁମତି ଦେବାକୁ ଯାଉଥିବା ବେଳେ ଚୋରା ବାଲି ଚାଲାଣକୁ ରୋକ ଦେବା ପାଇଁ ଆମେ ବାଲି ବନ୍ଧ ବନ୍ଧାଉଥିଲୁ ବୋଲି ପ୍ରକାଶ କରିଛନ୍ତି ।