ସହରର ଭାଇଚାରା ଓ ପରମ୍ପରାକୁ କ୍ଷୁଣ୍ଣ କରିଛନ୍ତି ଅଧ୍ୟକ୍ଷା-କଂଗ୍ରେସ
ବ୍ୟାସନଗର: ଚତୁର୍ଥ ଦିନରେ ପହଁଚିଛି ବ୍ୟାସ ସରୋବର ମହୋତ୍ସବ । ବ୍ୟାସ ମହୋସôବ ଆରମ୍ଭ ପୂର୍ବରୁ କେଁ କଟର ଚାଲିଛି । ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପାରିଷଦଙ୍କୁ ପଚାରୁ ନଥିବା, ପୌର ବୈଠକରେ ପାରିତ ପ୍ରସ୍ତାବକୁ ସମ୍ମାନ ଦେଉନଥିବା ଏବଂ ସର୍ବୋପରି ଅଧ୍ୟକ୍ଷା ନିଜସ୍ୱ ନିଷ୍ପତିକୁ ସମସ୍ତଙ୍କ ଉପରେ ଲଦି ଦେଇ ଚାଲିଥିବାର ଅଭିଯୋଗ ଉପାଧ୍ୟକ୍ଷ ସୁବାସ ବଳଙ୍କ ସହ ବିଜେଡ଼ିର ସଂଖ୍ୟାଧିକ ପାରିଷଦ ଅଭିଯୋଗ କରି ଆସୁଛନ୍ତି । ଅଧ୍ୟକ୍ଷାଙ୍କ ମନମାନିରୁ ବ୍ୟାସ ମାରାଥନରୁ ଆରମ୍ଭ କରି ବ୍ୟାସ ମହୋସôବକୁ ବିଜେଡିର ପାରିଷଦ ବଏକଟ କରି ଚାଲିଥିବା ବେଳେ, ବିଳମ୍ବରେ ହେଉ ପଛେ କଂଗ୍ରେସ ପାରିଷଦ ଅଧ୍ୟକ୍ଷାଙ୍କ କାର୍ଯ୍ୟଶୈଳିକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ବ୍ୟାସନଗର ପୌରପାଳିକାରେ କଂଗ୍ରେସରୁ ପାଞ୍ଚଜଣ ପାରିଷଦ ରହିଛନ୍ତି । ଯେଉଁ ମାନେ ଅଭିଯୋଗ ଆଣିଛନ୍ତି କି ବ୍ୟାସ ମହୋତ୍ସବକୁ ସରସ ସୁନ୍ଦର କରିବାକୁ କାଉନସିଲ ବୈଠକରେ ଯେଉଁ ପ୍ରସ୍ତାବ ଗୃହିତ ହୋଇଥିଲା ତାହାକୁ ଅଧ୍ୟକ୍ଷା ଅସମ୍ମାନ କରିଛନ୍ତି । ବ୍ୟାସ ମହୋତ୍ସବ ଭିତିଭୂମି କଂଗ୍ରେସ ସମୟରେ ଖାଲିପଡ଼ିନଥିଲା ବନ୍ଦିତା ପରିଡ଼ା ଅଧ୍ୟକ୍ଷା ଥିବା ସମୟରେ ଗଣ ଦୌଡ଼ ଆରମ୍ଭ ହୋଇଥିଲା । ଯେଉଁ ଦଳ ବ୍ୟାସ ମହୋତ୍ସବକୁ ସରସ ସୁନ୍ଦର କରି ଗଢିତୋଳିଥିଲା । ବ୍ୟାସନଗର ଅଞ୍ଚଳର ବିଭିନ୍ନ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଦେବାର ପରମ୍ପରା ଆରମ୍ଭ କରିଥିଲା । ତାହା ଏବର ସମୟରେ ଭୁଲୁଣ୍ଠିତ ହୋଇଛି । ପୌରପାଳିକା ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ, ସାଂସଦ ଏମିତିକି ବର୍ତମାନର କଂଗ୍ରେସ ପାରିଷଦଙ୍କୁ ଉପେକ୍ଷା କରାଯାଇଛି । ସଭ୍ୟ-ସଭ୍ୟାଙ୍କ ନାମ ନିମନ୍ତ୍ରଣ ପତ୍ରରେ ସ୍ଥାନିତ କରାଯାଇନି । ଯାହା ବ୍ୟାସନଗର ସହରର ଭାଇଚାରା ଓ ପରମ୍ପରାକୁ କ୍ଷୁର୍ଣ୍ଣ କରିବା ପରି ହୋଇଛି ବୋଲି କଂଗ୍ରେସ ପକ୍ଷରୁ କରାଯାଇଛି ଅଭିଯୋଗ । କଂଗ୍ରେସ ପକ୍ଷରୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ କୁହାଯାଇଛି, ଯଦି ମହୋତ୍ସବରେ ଯଦି ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପାରିଷଦଙ୍କୁ ସମ୍ମାନିତ କରାନଯାଏ, ତେବେ କଂଗ୍ରେସ ପକ୍ଷରୁ ମହୋତ୍ସବକୁ ବଏକଟ କରିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ପୂର୍ବତନ ପୈାରାଧ୍ୟକ୍ଷା ବନ୍ଦିତା ପରିଡ଼ା ମଧ୍ୟ ବ୍ୟାସ ମହୋତ୍ସବ ଅତିଥି ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଯାହାର ବ୍ୟାସନଗର ପ୍ରତି ପଇସାକର ଅବଦାନ ନାହିଁ, ସେମାନଙ୍କୁ ମଞ୍ଚ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବ୍ୟାସନଗରରେ ଅନେକ ଗ୍ୟାନିଗୁଣି ଅଛନ୍ତି, ଯେଉଁ ମାନଙ୍କୁ ସମ୍ମାନ ଦେବାର ପରମ୍ପରା ଆରମ୍ଭ କରାଯାଇଥିଲା ତାହାକୁ ଆଜିର ସମୟରେ ଏଡ଼ାଇ ଦିଆଯାଇଛି । ଏହାକୁ ଭାଇଚାରା ବୋଲି କେବେ ହେଲେ କୁହାଯାଇପାରିବନି ବୋଲି ବନ୍ଦିତା କହିଛନ୍ତି ।