ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ 

 ଆସିକା: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୨/୧/୨୫ ର ବିଜ୍ଞପ୍ତି ପ୍ରକାରରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନଭାବେ ଯୋଗ ଦେଇଛନ୍ତି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ମହାପାତ୍ର (ଓ ଆର ଏସ ) । ସେ ଆସ୍କା ଏନ୍ଏସି କାର୍ଯ୍ୟାଳୟରେ ପହଁଞ୍ଚô ବିଧିବଦ୍ଧ ଭାବେ ପୂର୍ବରୁ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ସହିତ ଆସିକା ଏନ୍ଏସି ଅଧକ୍ଷା ବିନେତା ସ୍ୱାଇଁ ଏବଂ ପୂର୍ବତନ ଆସ୍କା ଏମ୍ପି ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ ମଧ୍ୟ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି ।