ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

 ବାଲେଶ୍ୱର : ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବହୁ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା  ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ । ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁମୋଦିତ ପ୍ରକଳ୍ପ ଯଥା-ପୂର୍ଣ୍ଣଚନ୍ଦ୍ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହର ପୂର୍ଣ୍ଣାଙ୍ଗୀକରଣ, ଖୁସାଲିଗଞ୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହର ପୂର୍ଣ୍ଣାଙ୍ଗୀକରଣ, ଫିଡର ଉଚ୍ଚ  ପ୍ରାଥମିକ ବିଦ୍ୟାଳୟ ଗୃହର ପୂର୍ଣ୍ଣାଙ୍ଗୀକରଣ, ରାଧାନଗର ପ୍ରାଥମିକ ବିଦ୍ୟାଳୟ ଗୃହର ପୂର୍ଣ୍ଣାଙ୍ଗୀକରଣ, ରାଧାନଗର ଗ୍ରାମର ମା’ ଦୁର୍ଗା କମୁ୍ୟନିଟି ସେଣ୍ଟର୍ ପୂର୍ଣ୍ଣାଙ୍ଗୀକରଣ, କମ୍ବୁନାରାୟଣ ସଂସ୍କୃତ ବିଦ୍ୟାଳୟ ଗୃହର ପୂର୍ଣ୍ଣାଙ୍ଗୀକରଣ ଆଦି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ । ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ଉମାକାନ୍ତ ପଣ୍ଡା, ଏନଏସି ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ପୂର୍ବତନ ସଭାପତି କାହ୍ନୁ ଚରଣ ବେହେରା, ଜୟନ୍ତୀ ପାତ୍ର, ଦେବେନ୍ଦ୍ର ମଣ୍ଡଳ, ଦିନା ଦାସ, ଟୁନା, ଅନନ୍ତ ସାହୁ, ଅନନ୍ତ ବାରିକ, ଗୁଣନିଧି ସେଠୀ, ଜୟନ୍ତ ମଣ୍ଡଳ, ଜୟନ୍ତ ପଣ୍ଡା, ଶାଇବ, ବାପି, ମନିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।