ରସାୟନ ବିଭାଗର ଆଲୋଚନାଚକ୍ର

ାା ପ୍ରଭାନୁ୍ୟଜ୍ାା ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଓ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ପ୍ରାଧ୍ୟାପକ ଅସିତ କୁମାର ପରିଜା ଯୋଗ ଦେଇ କେମିଷ୍ଟ୍ରି ଫର ସଷ୍ଟେନେବଲ ଲିଭିଙ୍ଗ ଉପରେ ବିଶଦ ଆଲୋଚନା କରିଥିଲେ ଓ ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡା ସ୍ୱାଗତଭାଷଣ ଓ ଡ଼ ଫକୀର ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଆଲୋଚନାଚକ୍ରର ଶୀର୍ଷକ ଉପରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇ ଥିଲେ । ଏହି ଆଲୋଚନାଚକ୍ରରେ କ୍ୟାପଟେନ ମନୋଜ ପରିଡା ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ଅଧ୍ୟାପକ ସୁଭାଶିଷ ମିଶ୍ର, ଜିତେନ୍ଦ୍ର ମଲ୍ଲିକ, ଅମିତ ସାହୁ, ସରୋଜ ନାୟକ ଓ ଆଲୋକ ସାହୁ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ରଞ୍ଜନ ଗାହାଣ ଧନ୍ୟବାଦ ଦେଇଥିଲେ ।