ଆକସ୍ମିକ ଅଗ୍ନିକାଣ୍ଡ : ୪ ବଖରା ସହ ୫ଲକ୍ଷ ପାଉଁଶ

ଆକସ୍ମିକ ଅଗ୍ନିକାଣ୍ଡ : ୪ ବଖରା ସହ ୫ଲକ୍ଷ ପାଉଁଶ

କେନ୍ଦ୍ରାପଡା :  କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଗାଙ୍ଗପଡା ସୋବଳା ଗାଁର ୈତାରି ଭୋଇଙ୍କ ଚାରି ବଖରା ଚାଳଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡି ପାଉଁଶ ହୋଇଯାଇଛି । ଘରେ ଧାନ ଚାଉଳ ଓ ମୂଲ୍ୟବାନ ଆସବାବପତ୍ର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ସବୁ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ଗୁରୁବାର ଦିନ ୧୨ ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ପୁରା ଘର ଜଳି ପାଉଁଶ ହୋଇଯାଇ ଥିଲା । ନିଆଁର ବେଗ ଏତେ ଜୋର ଥିଲ ଯେ, ଅନାଉ ଅନାଉ ଘର ସଂପୂର୍ଣ୍ଣ ପୋଡି ପାଉଁଶ ହେଇଯାଇ ଥିଲା । ଘର ଭିତରେ ଥିବା ନଗଦ ଟଙ୍କା, ବାସନ, ଡାଲିଚାଉଳ, ଘରେ ଥିବା ପନିପରିବା, ଲୁଗାପଟା ସହିତ ସୁନା, ଇତ୍ୟାଦି ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇ ଥିଲା । ଖବରପାଇ ବିଧାୟକ ଗଣେଶ୍ୱର ବେହେରା ଓ ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ କୁମାର ପାତ୍ର ପହଞ୍ଚି ପାଲ ଓ ସୁଖିଲା ଖାଦ୍ୟ ଦେବା ସହିତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।