ଗାଁ ରାସ୍ତା ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ
ନାଉଗାଁ: ନାଉଗାଁ ବ୍ଲକ୍ ଅନ୍ତର୍ଗତ ଚମ୍ପେଶ୍ୱର ଗାଁ କୁ ଗୋଟେ ଭଲ ରାସ୍ତା ନାହିଁ । ଏଠି ୭୫ରୁ ଊର୍ଦ୍ଧ୍ୱ ପରିବାର ବାସକରନ୍ତି, ହେଲେ ଗୋଟେ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ । ଏପଟେ ଅଲଣାହାଟ ହାଇସ୍କୁଲ ଏବଂ ଜାମୁଗାଁ ସରକାରୀ ପଲିଟେକନିକ କଲେଜ, ମେଡିକାଲକୁ ଯିବା ଆସିବା କହରିବା ପାଇଁ ବହୁତ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ବର୍ଷା ଦିନେ ଗ୍ରାମକୁ ସଂଯୋଗ କରୁଥିବା ଦୁଇପଟ ରାସ୍ତା ମରଣଯନ୍ତା ପାଲଟି ଯାଇଛି । ଦୀର୍ଘ ୧୫ବର୍ଷ ଧରି ଗ୍ରାମକୁ ପ୍ରବେଶ କରୁଥିବା ଦୁଇପଟ ରାସ୍ତା ଖାଲଖମା ହୋଇ ପାଦରେ ଚାଲିଯିବାକୁ ମଧ୍ୟ ସମ୍ଭବ ନୁହେଁ । ଦୀର୍ଘ ଦିନ ଧରି ଅବହେଳିତ ହୋଇପଡିଥିବା ଏହି ରାସ୍ତା ପ୍ରତି ଦୃଷ୍ଟି ପଡି ନ ଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ସୋମ୍ୟରଞ୍ଜନ ପାଢୀ, ସୁଜନ ପାଢୀ, ଦେବବ୍ରତ ଦାସ, ଜନ ଦାସ, ଅୟସକାନ୍ତ ଦାସ ଓ ଗ୍ରାମବାସୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କରିଥିଲେ । ଏହି ରାସ୍ତା ମରାମତି ପାଇଁ ଅଭିଯୋଗ ମୁତବକ ନାଉଗାଁ ବିଡିଓ ଓ ଜଗତସିଂହପୁର ଜିଲ୍ଲାପାଳ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।